ମନ୍

ତାଲ୍ ତାଲ୍ ତାଲ୍ ଅତାଲ୍ ତାଲ୍
ଯେନ୍ ତା  ସମୁଦରର୍ ପାନି।
ମନର୍ ଗହୀରା ତାର୍ ନୁଁ ଅଏତ୍ କା
କାହିଁ ପାରବୁ ଜାନି?
ଦୁଖେଁ ହଁସସି, ସୁଖେଁ ବି ହଁସସି
ଥିସି ଏନତା ବତରେଁ
ମନ୍ କେ ପଢି ପାରବୁ କାଏଁ କହ
ପଡିଯିବୁ ଅର୍ କଲେଁ।
ହୁତ୍ ହୁତ୍ ହେଇ ଜଲୁଥିଲେଁ ମନ୍
ଉପରେଁ ହେଉଥିସି ଗହଗହ।
ଦୁଖର୍ ଦଲ୍ ଦଲିଥିଁ ସମୁଥିଲେଁ ବି
ସବୁ ସହୁଥିସି ଦହଦହ।
ମନ୍ କରସୀ ଧନି ଗରିବ୍
ମନର୍ ମୂଲେଁ ସାରା ଜଗତ୍।
ମନର୍ ଗତି ପବନ୍ ନୁଁ ଅଧିକ୍।
ସେତ ବୁଲୁଥିସି ଅହରହ।
ମନ୍ ଭାଙ୍ଗଲେଁ ଜୁରି  କାଏଁ ହେସି
ଯୁଡଲେଁ ଦାଗ ପଡି ଯାଏସି।
ମନର୍ ସଉଦା ନାଇଁ କରବ କେହି
ସବୁ ବୁଝି ଅବୁଝା ରହି ଯାଏସି।
ଭାରତୀ ପଣ୍ଡା
ଧନକଉଡା, ସମ୍ବଲପୁର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *