ମନର ହାଟ

 ଗ୍ରୀଷ୍ମର ସୁନେଲି ରଙ୍ଗ ରୂପକୁ

ହୃଦୟ ବାଢ଼ି ଦେଳି,

ନିଦାଘ ଗ୍ରୀଷ୍ମ ମୋ ମନ ଭାବନା କୁ

ଝାଞ୍ଜି ଖରା ଦିଏ ଜାଳି ।।

ପଲାସ ରୂପେ ଆକର୍ଷିତ ହେଲି

ହାରିଗଲା ମନ ସେଇଠି,

ପ୍ରେମର ମହକ ଖୋଜିବୁଲେ ମନ

ବାସ ହିନ ଯେଉଁଠି ।।

ମଳୟ ଶାନ୍ତ ଶୀତଳ ସ୍ପର୍ଶରେ

ମନ ଗଲା ସତେ ଉଡ଼ି,

କ୍ଷଣିକ ସୁଖରେ ଦଗା ଦେଇଗଲା

ଝାଉଁ ବଣେ ଦେଲା ଛାଡି ।।

ଗଙ୍ଗ ଶିଉଳିର ମହକରେ ସତେ

ରାତି ଦେଖେ କେତେ ସ୍ଵପ୍ନ,

ଭୁଲି ଯାଇଥିଲି ଗୋଟେ  ରାତିକ ପାଇଁ

ତୁମେ ତ ମଉଲା ଜହ୍ନ।।

ମନ ଯାଏ ପୁଣି ପ୍ରେମର ହାଟ କୁ

କରିବି ସଉଦା ବୋଲି,

ରଙ୍ଗ ରୂପ ଭରା କେତେ ଜେ ପସରା

ହୃଦୟ ଯାଉଛି ମଉଳି ।।

ସଙ୍ଗୀତା ଦିପ 

ହାଟପଦା, ବରଗଡ଼ 

2 thoughts on “ମନର ହାଟ

Leave a Reply

Your email address will not be published. Required fields are marked *