ଢୋଲ ନିଶାନ ତାସା ର ଶବ୍ଦେ
ଗରଜି ଘୁମରି ଯଉଛେ
ଦେ, ଦେବତା କେ ସଙ୍ଗେ ନେଇକରି
ଆମର ମା ତ ଆଉଛେ.
ସାରା ସଂସାର ଟା ସଜାଗୁଜା ଆଏଜ
ସରଗ ତଲ ପଡୁଛେ
ଧୂପ, ଗୁଆଘି ର କହଁରେ ସଥେ
ମହ ମହ ହେଇ ବାସୁଛେ.
ବଛରେ ପରେ ଆଉଛେ ମାଆ ତ
ଦୁଃଖୀ ର ଦୁଃଖ ନେବାକେ
ତାର ଛୁଆପିଲା ର ହାଏର ଗୁହେର
ମନ ଲଗେଇ ଶୁନବାକେ.
ଇନ ଯାହା ଅଛେ ସବୁ ତ ତୋର ମା
ତୋତେ କିଏ ଦେଇପାରେ?
ହୁରୁଦ କରପନୁ ମନପଦ୍ମ ଫୁଲ
ରଖୁଁ ଅଛେ ତୋର ପାହାରେ.
ଅନିଏ ଅଧର୍ମ ହଟା ବାର କାଜେ
ପାହା ରଖିଛୁ ଇ ଠାଁନେ
ଠେଟିଆଁ ଅଗଲା ଅନମୁନ୍ସିଏ କୁ
ବନେ କରି ଦେବୁ ପାନେ.
ତୁହି ଦୁର୍ଗା କାଲୀ ଲକ୍ଷୀ, ସରସ୍ବତୀ
କେତେ ରୂପ ତୋର ଅଛେ
ସବୁ ରୂପ ଭିତରେ ମା ର ମନ ନେଇ
ପାଲୁଅଛୁ ଗୋ ସବକେ.
ଗହ ଗହ ଗହ ମନେ ସଭେଁ ଡାକୁଛନ
ଶୁନ ଗୋ କୁରପା କରି
ଅନିଏ ଅଧର୍ମ ପୁଛି ନେଏ ମାଆ
ଆ, ମାଆ ସତ୍ୟ କେ ଧରି.
ସାରା ସଂସାର ର ମା ପରେ ତୁଇ
ଶୁନ ଗୋ ଆମର ଅର୍ଦ୍ଦଳୀ
ମୁନୁଷ ରୂପୀ ଇ ମହିଷା ମାନଙ୍କୁ
କରି ଦେ ଗୋ ମା ଧୂଲି.
ପାପ, ଅହଙ୍କାର ଗରବ କେ ନାଶ
ପାପୀ ପାଇଯାଉ ମୁକ୍ତି
ଧଏନ ହେଉ ଇ ଆଖି ଗୋ ଆମର
ହୂରଦୁ କରୁଛେଁ ଭକ୍ତି.