ଭିକ୍ଷା

ଭିକ୍ଷା

ଭିକ୍ଷାର ଅନ୍ୟ ନାମ କ’ଣ ମୁଁ ଜାଣେନା
ତେବେ ଭିକ୍ଷୁକକୁ ଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏ
ଆପଣଙ୍କ ପୁଣ୍ୟ ବୃଦ୍ଧି ପାଇଁ
ମୁଁ ଭିକ୍ଷା ମାଗିବାକୁ ସର୍ବଦା ପ୍ରସ୍ତୁତ
କ’ଣ ବିଶ୍ବାସ ହେଉନି ?

ମୁଁ ସେଦିନ ଭିକ୍ଷା ମାଗିବାକୁ ଧାଇଁ ଥିଲି
ସର୍ବଶ୍ରେଷ୍ଠ ଦାନୀଙ୍କ ଦ୍ଵାରକୁ
ସେ ମନା ତ କରିନଥିଲେ
କିଛି ଉତ୍ତର ମଧ୍ୟ ଦେଇନଥିଲେ
ଆଞ୍ଜୁଳା ମୋର ଅବଶ୍ୟ ରିକ୍ତ ଅଛି
ଆଉ ତୁମ ପୂଣ୍ୟ ବୃଦ୍ଧି ଘଟିଛି ନା ନାହିଁ
ମୁଁ ଜାଣେନା

ପୁଣି ଦିନେ ଇଚ୍ଛା ହେଲା ଭିକ୍ଷା ମାଗିବାକୁ
ଧାଇଁ ଥିଲି ଏକ ଶୋଭାଯାତ୍ରାରେ ସାମିଲ ହୋଇ
ଆସ୍ଥା ଓ ବିଶ୍ବାସର ଦ୍ୱାହି ଦେଇ ସେ ଫେରିଥିଲେ
ତାଙ୍କ ଆଗମନକୁ ଏବେ ଅପେକ୍ଷା କରିଛି
ଏଥର କିନ୍ତୁ ତୁମର ଅତୁଟ ଦମ୍ଭକୁ
ସଶକ୍ତ କରିବା ପାଇଁ

ଏବେ ପୁଣି ଇଚ୍ଛା ହେଉଅଛି ଆଉଥରେ
ଭିକ୍ଷା ମାଗନ୍ତି ସମୟକୁ
ପଚାରନ୍ତି , ପଣ କର ତୁମେ ଫେରିବ ଅତୀତକୁ
ସେଇ ମୁହୂର୍ତ୍ତକୁ ଯେଉଁଠି ଯାଗ୍ରତ ହେଉଥଲା
ଏକ ସ୍ବପ୍ନ ରାତ୍ରର ଘନ ଅନ୍ଧାରରେ
ଯେଉଁଠି ନଥିଲା କୈାଣସି ଅପୂର୍ଣ୍ଣତା
ଯେଉଁଠି ନଥିଲା ଅସମାନତା
ଯେଉଁଠି ନଥିଲା ମୋହଗ୍ରସ୍ତ ଭାବନା
ଯେଉଁଠି ଥିଲା କେବଳ ଶାନ୍ତି
ଯେଉଁଠି ଥିଲେ ଖାଲି ସୁଦ୍ଧ ପୁତ ମଣିଷ
ସୃଷ୍ଟି ଆରମ୍ଭର ସେଇ ମୁହୂର୍ତ୍ତକୁ ।।

ତଫିଜୁଲ

ସମ୍ବଲପୁର

Leave a Reply

Your email address will not be published. Required fields are marked *