ଭକ୍ତ ବତ୍ସଳ ଭାବ ଗ୍ରାହି

ହେ ଦିନ ବାନ୍ଧବ ଶ୍ରୀହରି
ବନ୍ଦଇ ଚରଣ ସୁମରି II

ମାୟା କଳ୍ପ ତଳେ ଆସରା
ଜୀବନେ ଲୋଭର ପସରା II

ବିକାର ଗ୍ରସ୍ତ ଏ ପରାଣ
ପୂର୍ବ କର୍ମର ସେ ବିଧାନ II

ମର୍ତ୍ତ୍ୟ ମଣ୍ଡଳରେ ଆସ୍ଥାନ
ନର ଦେହ ଧରି ଜନମ II

ଈଶ୍ୱର ସତ୍ତାର କଣିକା
ଭୁମଣ୍ଡଳେ ଆଲୋକ ଶିଖା II

ପଦ୍ମ ପତ୍ରେ ଜଳ ଯେମିତି
ନିଃଶ୍ୱାସ ଚାଲିଛି ସେମିତି II

ସୃଷ୍ଟି ଚଞ୍ଚଳ ତୁମ୍ଭ ଇଚ୍ଛାରେ
ପ୍ରାଣୀ ପ୍ରାଣ ତୁମ୍ଭ ହସ୍ତରେ II

ଅଦୃଶ୍ୟ କର୍ତ୍ତାଙ୍କ ଆଶିଷ
ବିକାର ହୀନ ସେ ମଣିଷ II

ଭଗବାନ ସଙ୍କେତ ବୁଝି
ସତ୍କର୍ମରେ ଯେ ରହେ ମଜ୍ଜି II

ମାନବ ସେବା ଯାହା ଚିତ୍ତ
ସଦା ରହେ ପ୍ରଭୁ ନିକଟ II

ଷଡ ରିପୁ କରି ଦମନ
ପ୍ରଭୁ ନାମ ସଦା ଭଜନ II

କଳି କାଳେ ମୁଖେ ଶ୍ରୀହରି
ସକଳ ପାପ ରୁ ଉଦ୍ଧରି II

ଭକ୍ତ ଡାକ ଶୁଣି ତ୍ରାହି
ଭକ୍ତ ବତ୍ସଳ ଭାବଗ୍ରାହୀ II

ତଲ୍କୀନ ଚିନ୍ତାରେ ଯେ ପ୍ରାଣ
ସେ କରେ ବୈକୁଣ୍ଠ ଗମନ II

ପ୍ରତାପ ଚନ୍ଦ୍ର ମିଶ୍ର

ଆସ୍କା, ଗଞ୍ଜାମ

Leave a Reply

Your email address will not be published. Required fields are marked *