ଭଉଣୀ ଲୋ ସୁନା ଭଉଣୀ

ଭଉଣୀ ଲୋ ସୁନା ଭଉଣୀ
ତୋ ବିନା ଆଜି କାଇଁ ମନ ଲାଗୁନି
ତୁ ପରା ଘର ର ରଙ୍କ ରତନି
ଭଉଣୀ ଲୋ ସୁନା ଭଉଣୀ ।

ମନେ ପଡ଼େ ଆଜି କାଇଁ ସେଇଦିନ କଥା
ଖେଳୁଥିଲା ଯେବେ ଲୁଚ ଲୁଚିକା ,
ଲୁଚି ଯାଉ ଯେବେ ମା ପଣତ କାନିରେ
ଭାବି ସବୁ କଥା ପାଣି ଆଖିରେ ଭରେ ।

ଛୋଟ ଛୋଟ କଥା କହି ଦେଲେ ବାପା,
ଦିନ ଯାକ ରହୁ ଦୁଃଖରେ,
ଆଜି ତୁ କେମିତି ରହୁଛୁ ଏତେ କଥା ସହି
ଘର ଛାଡ଼ି ଶାଶୁ ଘରେ । ୨”

ଭଉଣୀ ଲୋ ସୁନା ଭଉଣୀ
ତୋ ବିନା ଆଜି କାଇଁ ମନ ଲାଗୁନି ।

ଯାଇଥିଲେ ବାପା ପାଖ ବଜାରକୁ
ପରିବା ଆଣିବା ପାଇଁ ,
ଆଣି ଥିଲେ ବରା, ପକୁଡ଼ି ସାଙ୍ଗରେ
ମନେ ଅଛି କି ତୋର ନାହିଁ।

ଗୋଟେ ବରା ପାଇଁ କାନ୍ଦିଥିଲୁ କେତେ
ମନେ ପଡିଗଲେ ଲୋମ ମୋ ଟାଙ୍କୁରେ,

ଯାଇଥିଲି ଯେବେ ଦେଖିବାକୁ ତତେ
ନେଇଥିଲି ସାଙ୍ଗେ ବରା ,
ଭାଗ କରି ଦେଲୁ ଭୁଲି ତୁ ନିଜକୁ
ତୁହି ସେ ଭଉଣୀ ପରା ।

ଭଉଣୀ ଲୋ ସୁନା ଭଉଣୀ
ତୋ ବିନା ଆଜି କାଇଁ ମନ ଲାଗୁନି ।
ଭାଇ କୁ ତୋହର ଭୁଲି ତୁ ଯିବୁନି
ଭଉଣୀ ଲୋ ସୁନା ଭଉଣୀ
ତୋ ବିନା ଆଜି କାଇଁ ମନ ଲାଗୁନି ।

କରୁ କେତେ ବ୍ରତ ରହୁ ଉପାସି
ଭାଇର ମଙ୍ଗଳ ଶୁଭ ମନାସି,
ଶାଶୁ ଘରେ ତୋର ରହ ତୁ ଖୁସି ରେ
ଏତିକି କାମନା କରେ ମା ମଙ୍ଗଳା ପାଖରେ

ଭଉଣୀ ଲୋ ସୁନା ଭଉଣୀ
ତୋ ବିନା ଆଜି କାଇଁ ମନ ଲାଗୁନି ।

ମାନସ କୁମାର ନନ୍ଦ
ମେଣ୍ଡିଲିପାଳି,ବୀରମହାରାଜପୁର
ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *