ଚଳନ୍ତି ଠାକୁର ଅଟନ୍ତି ପିତା ମାତା
ତାଙ୍କରି ସ୍ନେହ ଶରଧା ଆବେଗରେ
ଆମେ ହୋଇଥାଉ ଜଗତ ଜିତା
ପିତା ମାତାଙ୍କର ବାର୍ଦ୍ଧକ୍ୟର ସଖାଜେ ଅଟଇ ସନ୍ତାନ
ଶିକ୍ଷିତ ଆଧୁନିକ ସନ୍ତାନ
ଏସବୁ ଭୁଲିଯାଇଛି ପରା
ଯୋଉ ପିତା ମାତା
ସନ୍ତାନ ର ଦୁଃଖ କଷ୍ଟ କୁ କରିନ୍ତି ନିଜର
ସନ୍ତାନ ଖୁଶି ପାଇଁ ସହିଛନ୍ତି କେତେ ଜେ ପିଡା
ଯେତେବେଳେ ବୟସ ଅପରାହ୍ନରେ
ବାର୍ଦ୍ଧକ୍ୟ ତାଡନାରେ ହରେଇ ବସନ୍ତି ନିଜର ବଳ ବପୁ
ସେତେବେଳେ ସେଈ ସନ୍ତାନ ପାଇଁ ଏମାନେ ହୁଅନ୍ତି ଅଲୋଡ଼ା
ଯୋଉ ସନ୍ତାନ ପିତା ମାତାଙ୍କ ସ୍ନେହ ଆଦର ରେ
ଚାଲିବା ଶିଖିଲା, ଦେଖିଲା ଏ ଦୁନିଆ
ହେଲେ ପିତା ମାତାଙ୍କ ବାର୍ଦ୍ଧକ୍ୟ ଯେ
ସନ୍ତାନ ପାଇଁ ହୋଇଲେ ବୋଝ
ସନ୍ତାନ ଚାହିଁଲା ନି ପିତା ମାତାଙ୍କ ମୁଖ
ଶେଷରେ ନିଜ ହାତ ତିଆରି
ଧନ ସମ୍ପତି ସବୁ ଛାଡି ନିଜର ହୁଏ ବୃଦ୍ଧାଶ୍ରମ ପରା
ହେ ସ୍ୱାର୍ଥପର ନିର୍ଲଜ ସନ୍ତାନ
ନିଜ ବିବେକକୁ କର ସଚେତନ
ପିତା ମାତା ଅଟନ୍ତି ଚଳନ୍ତି ଠାକୁର
ତାଙ୍କୁ କର ନାହିଁ କେବେ ଅପମାନ
ସନ୍ତାନର ହାଇ ପ୍ରୋଫାଇଲି ସ୍ଟାଟସ
ପିତା ମାତାଙ୍କୁ କରିଛି ନିରାଶ
ଶେଷେ ମୁଣ୍ଡ ଗୁଞ୍ଜିବାକୁ
ବୃଦ୍ଧ ପିତା ମାତା ପାଇଁ ଲୋଡ଼ା ହୁଏ
ବୃଦ୍ଧା ଶ୍ରମର ଚାରିକାନ୍ଥ
ଲୋଡ଼ା ହୁଏ ଵୃଦ୍ଧାଶ୍ରମ ର ଚାରି କାନ୍ଥ ।।
ଆଲୋକ କୁମାର
ବୁଢାରଜା, ସମ୍ବଲପୁର
ମୋବାଇଲ – 8480502250
କବିତା ହୃଦୟସ୍ପର୍ଶୀ