ବୁଢା

ଚାଳ ଛପର ଘର ଆଗରେ
ବସିଛି ବୁଢାଟିଏ
ପାଖରେ ତାର ବଙ୍କୁଳି ବାଡ଼ି
ଏକା ସାହାରା ସିଏ 
ବୟସ ତାର ହେବ ସତୁରି 
ପଚାରିଲେ ସେ କୁହେ 
କାନକୁ ଆଉ ଶୁଭୁନି ଜମା
ଶକତି ନାହିଁ ଦେହେ 
ଚାଷମା ଗୋଟି ପିନ୍ଧିଛି ବୋଲି 
ଦିଶଇ ଟିକେ ଟିକେ
ପାକୁଆ ପାଟି ମଝି ମଝିରେ 
ଖଇନି ଟିକେ ଜାକେ 
ଠିକଣା ବେଳେ ବୋହୁ ଆଣିଛି 
ପାଇଛି ଭଲ ଜ୍ୱାଇଁ 
ଘୁରି ବୁଲନ୍ତି ଚାରି ପାଖରେ 
ନାତି ନାତୁଣୀ ଦୁଇ
ପାଇଛି କେତେ ହାରିଛି କେତେ 
ହିସାବ ତାର ନାହିଁ 
ଜୀବନ ତାର ସାରି ଦେଇଛି 
ନିଜ ପିଲାଙ୍କ ପାଇଁ 
ଚାହିଁଛି ଏବେ ଯମର ବାଟ 
କେବେ ଆସିବ ଧାଇଁ 
ବୟସ ଆଜି ସାଜିଛି ବୋଝ
ଆଉ ତ ଲୋଭ ନାହିଁ ।।

ସୁହଂସ ଭୋଇ
ପହଣ୍ଡି, ବରଗଡ଼

Leave a Reply

Your email address will not be published. Required fields are marked *