ବିସ୍ଥାପନ: ମଟର୍ ଆଏଲାନ କେଁ

ଉଠ୍ , ଉଠ୍ ବଡି ଉଠ୍
ଦେଖ୍ ତ ମଟର୍ ଆଏଲାନ ରେ
ଘରକେ ଯିବୁ ପରେ
ଉଠ୍ ଗା
ସବୁଦିନ ରଡୁଥିଲୁ
ଆଏଜ୍ ତୁନ୍ କାଏଁଯେ ହେଇଗଲୁ
ଏ ବଡ଼ି ଉଠ୍ ନ ଗା….. ।

(ଫ୍ଲାସ୍ ବେକ୍)

ଏ ହଁତା
କାଣା ବଲସନ ଯେ ତତେ
ଏ ମଙ୍ଗଲୁ
କାହିଁ ଗଲୁରେ
ଦେଖ୍ ତ ପୁତା
ମଟର୍ ଅମିରଲା ନ କେଁ
ଚାଲ ତ ଯିମା …

ଖୋ, ମହାନଦୀର୍ ବଏଡ଼୍‌ ନୁହେଁ କମେ
ଭୂଆସେନ୍ ହେଇକରି ଆସିଥିଲି
ବଏଡ଼୍‌ ଆସିଥିଲା
ମୁଡ଼ର୍ ବାଲ୍ ପଁର୍‌ରା ହେଇଗଲା ନ
ତହବିଲ୍ ନୁହେଁ କମେ?
ବାଉରି ଭାବଲ କେଁ ମତେ ।

ସଭେ କହେଲ ବଏଡ଼୍‌ କମଲେ ଯିମା ବଲି
ଘିଚି ଟାନି ମଟର୍ ଥି ବସାଲ
କାହିଁ ଗଲା ଯେ ସେ କଜଲି
ତାର୍ ଛୁଆ ଭୁକେ ହେଇଥିବାରେ ବାବୁ
ମାଖନୁର୍ ମାଁ ଖୁଜୁଥିବାରେ ମତେ
ଏ ମଙ୍ଗଲୁ, କାହିଁ ଗଲୁରେ…

ଆପଣମାନେ କାହାକେ ଖୁଜୁଛନ୍
ମଙ୍ଗଲୁକେ
ବଡ଼ି ଭିଲ୍ ଖୁଜୁଛେ
ହଁ ଆଜ୍ଞା, ମୁଇଁ ମଙ୍ଗଲୁ ଆଏଁ
ହୀରାକୁଦ ବନ୍ଧା ବେଲେ
ଆମର ବଡ଼ି ବିସ୍ଥାପିତ ହେଇଥିଲା
ମରମିଁ ପଛେ ମାଁ ମାଏଟ୍ ନାଇଁ ଛାଡେଁ
କେତେ ହଲାପଟା କରିଥିଲା
ମହାନଦୀ ଥି ବଏଡ଼୍‌ ଆଏଲା ନ ବଲି
ବାପ୍ ଅଜାମାନେ ଭୁରତେଇ ଆନିଥିଲେ
ବଢି ପାଏନ୍ ଉହୁରିଲେ ମଟର୍ ଆଏବା
ମଟର୍ ଆଏଲେ ଘରକେ ଯିମା ବଲି
ସଭେ ଭୁରତେଇ ଥିଲେ
ସେଭେନୁ ମଟର୍ ଆଏଲାନ କେଁ ବଲି ରଡ଼ି ଛାଡୁଥିସି ।

ସଂସାର ଉଜରି ଗଲା
ଲେତା ଗୁତା ସବୁ ବିଛଡ଼ି ଗଲେ
ମାଁ ମାଏଟ୍ ଭୋ ଭୋ ହେଇକରି କାନ୍ଦୁଥିଲା
ସେଦିନର୍ ସେ ଭୂଆସେନ୍
ଆଏଜ୍‌ ଭି ତାର୍ ଘରକେ ଫିରବା ବଲି
ଆଶଟେ ନେଇକରି ମଶାନ୍ ପଦାଥି
ଖାର୍ ହେଇଗଲା ।

ଶୁନିପିରୁଛ, ଶୁନ
ମଟର୍ ଆଏଲା ନ କେଁ ବଲି
ଇହେଦେ ଭିଲ୍ ତାର୍ ଆତ୍ମା ଡାକୁଛେ ।।

ତଫିଜୁଲ ହୋସେନ
ଚିପିଲିମା, ସମ୍ବଲପୁର

Leave a Reply

Your email address will not be published. Required fields are marked *