ସାର୍ ବଲ କି ଅସାର୍
ବିନୁଆଁ ଭିତ୍ରେ
ଘଲେ ଲୁକିଛେ
କେଡ଼ନି କେଡ଼େଟେ ସଁସାର୍।
ଢୁକୁ ମାନ୍କର୍ ଘରା
ନାଗ୍ ଧମ୍ନାର୍ ଡେରା
କିଏ ଜନେ ଇନ ତର୍ହୋ
ପାଇଥିଲା
ଜପି ଜପି ମରା ମରା।
ଭକ୍ତିର୍ ବଢ଼େ ଶକ୍ତି
ଭାବ୍ ଦେସି ଗତି ମୁକ୍ତି
ଭାବର୍ ଭୁଲେ ଡାକି
ମରା ମରା ଜପି
ଦସ୍ୟୁ ରତ୍ନାକର
ହେଇଥିଲା ବାଲ୍ମୀକି।
ଜନେ ଜପିଥିଲା ମରା ମରା
ଆର୍ ଜନେ ଜପୁଛେ ଚରା ଚରା
ଅଭାବ୍ ଭିତ୍ରେ ଭାବ୍
ବୁଡ଼ିମଲା
ଦୁନିଆଁ ନି ଦେଲା
ଆଶ୍ରା।
ହାତ୍ଠାରି କରି
ଡାକ୍ଲା ବିନୁଆଁ
ଆ ଦୁଖୀରେ ମୋର୍ ଆ
ମୋର୍ କୁଲେ ତତେ
ଜାଗାଟେ ଦେଉଛେଁ
ସୁଖେ ସୁଖେ ରହିଥା।
ବିନୁଆଁର୍ କଥା ଜାନ୍ଲା
ଦୁନିଆଁ
କଥା ହେଲା ହୁଲାଜାରି
ରପ୍ଟି ଆଏଲା ସାହେଜର୍
ହାତ୍
ଦୁଖ୍ ଗଲା ତାର୍ ସରି।।
ବିନୁଆଁର୍ ଲାଗି ଦୁଖିଆରୀ
ହେଲା
ଆର୍ ଗୁଟେ ବାଲ୍ମିକି
ଆମେ ବି ହେନ୍ତା ହେଇ
ପାର୍ମା କାଏଁ
ବନେଇ ପାର୍ମା
ଆର୍ ଗୁଟେ ବାଲ୍ମିକି
ଆର୍ ଗୁଟେ ବାଲ୍ମିକି।