ବିନା ସ୍ୱର୍ଥେ କାର୍ଯ୍ୟ କରେ ଯିଏସଭିଙ୍କ ମନ କିଣେ ସିଏ।

ଏକ ଛୋଟ ଗାଁରେ ଗୋବିନ୍ଦ ନାମ ରେ ଜଣେ ଚାଷୀ ବାସ କରୁଥିଲା। ସେ ଏକ ବଡ଼ ମନର ଲୋକ ଥିଲା ଏବଂ ସେ ତାର ପରିବାରକୁ ଖୁବ୍ ଭଲ ପାଉଥିଲା । ତାର ପରିବାର କହିଲେ ଛୋଟ ଝିଅ ଦେବୀ ଏବଂ ଛୋଟ ପୁଅ ଶିବା, ଏହି ଦୁଇଜଣ ତା ପାଇଁ ତାର ସବୁ କିଛି ଥିଲେ । ଜୀବନରେ ତାର ଲକ୍ଷ୍ୟ ଗୋଟେ ସେ କେମିତି ଛୁଆ ଦୁଇ ଟାଙ୍କୁ ଭଲ ପାଠ ପଢ଼ାଇ ମଣିଷ କରିବ , ତାଙ୍କୁ ଉଚିତ୍ ଶିକ୍ଷା ଦେବ ।

ଗାଁର ଲୋକମାନେ ଗୋବିନ୍ଦ କୁ ଖୁବ ଭଲ ପାଉଥିଲେ ଆଉ ସମସ୍ତେ ତାର ପ୍ରଶଂସା କରୁଥିଲେ କାରଣ ସେ ସବୁବେଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ରହୁଥିଲା । କେହି ଅସୁବିଧା ରେ ପଡିଲେ ସେ ଦଉଡ଼ି ଯାଉଥିଲା । ଦିନକର କଥା ଗାଁରେ ବଡ଼ ବନ୍ୟା ଆସିଲା ଏବଂ ଗାଁର ସବୁ ଘର ଭାଙ୍ଗିଗଲା। ଗୋବିନ୍ଦ ତାର ପରିବାରକୁ ନେଇ ଏକ ଉଚ୍ଚ ଜାଗାରେ ଶରଣ ନେଲା ଏବଂ ସବୁ ଲୋକ ମଧ୍ୟ ବିଭିନ୍ନ ଉଚ୍ଚ ସ୍ଥାନ ରେ ଯାଇ ସରଣ ନେଲେ । ସେ ଏକ ଦୀର୍ଘ ନିଶ୍ବାସ ଟାଣି ମନରେ ଭାବିଲା ଘର ଭାଙ୍ଗିଲା କଣ ହେଲା ମୁଁ ପୁଣି ତିଆରି କରିବି , ସବୁ ଠୁ ବଡ଼ କଥା ମୁଁ ମୋ ପରିବାରକୁ ସୁରକ୍ଷିତ ରଖି ପାରିଛି। ଆଉ ସମସ୍ତ ଲୋକ ମଧ୍ୟ ସୁରକ୍ଷିତ ଅଛନ୍ତି ।

ବନ୍ୟା ପରେ ଗାଁର ଲୋକମାନେ ଏକାଠା ହୋଇ ଗାଁକୁ ପୁନଃର୍ନିର୍ମାଣ କରିବାକୁ ଆରମ୍ଭ କଲେ। ଗୋବିନ୍ଦ ସବୁଠୁ ପ୍ରଥମେ ତା ଘର ତିଆରି କାମ ଛାଡି ସମସ୍ତଙ୍କୁ କହିଲା , ଚାଲ ସମସ୍ତେ ମିଶି ଜଣ ଜଣଙ୍କ ଘର ତିଆରିବା , ତାହାଲେ ଖୁବ୍ କମ୍ ସମୟରେ ଆମେ ସମସ୍ତଙ୍କ ଘର ନିର୍ମାଣ କାର୍ଯ୍ୟ ସମାପ୍ତ କରି ପାରିବ । ଆଉ ସମସ୍ତେ ଠିକ୍ ସମିତି କଲେ , ଆଉ ଘର ସବୁ ବହୁତ କମ ସମୟ ରେ ନିର୍ମାଣ ହେଇଗଲା ସେ ବି ସମସ୍ତଙ୍କ ସହଯୋଗ ରେ । ଗୋବିନ୍ଦ କୁ ସମସ୍ତେ ବୋହୁତ ଭଲ ପାଆନ୍ତି ତା କଥା ମଧ୍ୟ ଶୁଣନ୍ତି କାହିଁକି ନା ସେ କେବେ ନିଜ ସ୍ବାର୍ଥ କଥା ଭାବେନି, ବିନା ସ୍ବାର୍ଥ ରେ ସମସ୍ତଙ୍କୁ ସାହାଯ୍ୟ କରେ । ସେଥିପାଇଁ ସବୁବେଳେ ଅନ୍ୟମାନଙ୍କ ପାଇଁ ସେ ଗୋଟିଏ ବିଶ୍ବାସଯୋଗ୍ୟ ମଣିଷ ହେଇ ପାରିଚି ।

ଗୋବିନ୍ଦ କାହାଣୀ ସବୁ ସ୍ଥାନରେ ପ୍ରଚାର ହେଲା। ସବୁ ଲୋକ ସିଖିଲେ ଯେ, ସଂକଟ ସମୟରେ ଏକାଠା ହୋଇ କାମ କଲେ କୌଣସି ବିପଦକୁ ଜିତି ପାରିବା।

ଏହିପରି କାହାଣୀ ଟି ଗାଁର ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେଲା ଯେ, ମଣିଷ ମାନବତାର ଗୁଣ ନେଇ ଜୀବନରେ ଆଗକୁ ବଢିବା ଉଚିତ।

ତନ୍ମୟବାଳା ମିଶ୍ର
ବୀରମହାରାଜପୁର , ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *