ବାପା ଆକାଶର ତରା ହେବାଆଗରୁ

ବାପା ଆକାଶର ତରା ହେବା
ଆଗରୁ
ଅନେକ କିଛି କରିଯାଆନ୍ତି
ହଜେଇ ଯାଆନ୍ତି ନିଜକୁ
ଖୋଜେଇ ହବାକୁ…

ବାପା ତରା ହେବା ଆଗରୁ
ଜାଗା ଟିଏ ତିଆରି ହୁଏ
ଆକାଶରେ ଖାସ୍ ତାଂକ ପାଇଁ
ଲିଭା ହେଲାପରି
ବୋଉ କପାଳରୁ ସୀମନ୍ତରୁ ସିନ୍ଦୁର…

ହଜିଯାଏ ବୋଉ ହାତ କାଚର
ଋଣୁଝୁଣ ଶବ୍ଦ
ତିଆରିବାକୁ ଆକାଶେ ଶୂନ୍ୟତାର
ସଂଗୀତ
ଅମ ଘର ଅଗଣାରେ…

ବାପା ତରା ହେବା ଆଗରୁ
ସ୍ୱର୍ଗ ନର୍କରେ ବିଶ୍ୱାସ କରୁନଥିବା ବାପା
ହଠାତ ସ୍ୱର୍ଗତଃ ହେଇ ପଡନ୍ତି,
ପିଲାଙ୍କୁ ହଠାତ ଲାଗେ
ବାପା ସ୍ୱର୍ଗ ମୋହରେ ମୂର୍ଛି ଦେଲେ
ତାଂକ ପିଲାଙ୍କୁ
ତୁ୍ଛା ମର୍ତ୍ତ୍ୟ ମଣ୍ଡଳରେ…

ବାପା ତରା ହେବା ଆଗରୁ
ପଡୋଶୀ ଘରେ ଉଠେ
ଜାମୁଡାଳ ଛାମୁଡିଆ,
କି କଥା ଦି’ଦିନ ଗଲେ
ତାଙ୍କ ପୁଅ ନିର୍ବନ୍ଧ,
ତହିଁ ଆର ଦିନ ବାହାଘର….

ବାପା ତରା ହେବା ଆଗରୁ
ଫର୍ଚା ହେଇ ଯାଏ ବାଟ ଘାଟ
ଅନ୍ଧାରକୁ ବାଟେଇ ଦେଇ
ଆକାଶକୁ ଉଠନ୍ତି ବାପା,
ତରା ମାନେ ଇ
ସାଜନ୍ତି ଆକାଶକୁ…

ଆକାଶ ଭର୍ତ୍ତି ଏବେ ତରା ଭର୍ତ୍ତି
ଚାଲ ଖୋଜିବା ସେମାନେ
କାହାର ବାପା ?


ANJALI PATTANAIK
AUDIT SUPERITENDENT
DISTRICT AUDIT OFFICE
LOCAL FUND AUDIT
CHANDMARI SAHI
DURGA BAZAR
DHENKANAL
759001
PH- 7978413223

Leave a Reply

Your email address will not be published. Required fields are marked *