ବାତ୍ୟା ଦାନା

ଆହେ ଦୟାମୟ ଈଶ୍ୱର ତନୟ
କରୁଛି ନିତି ପ୍ରାର୍ଥନା
ପ୍ରକୃତି ତାଡନା ବିପଦର ଭୟ
ନଦିଅ ଦୁଃଖ ଯାତନା ।
ନରକୁ ଗଢ଼ିଲ ଶ୍ରେଷ୍ଠ ରୂପ ଦେଇ
କେ କରି ପାରେ ବର୍ଣ୍ଣନା
ନର ପଶୁପକ୍ଷୀ କୀଟ ତରୁ ଲତା
କରନ୍ତି ତୁମ ମହିମା ।
ତୁମ ହାତଗଢା ମଣିଷ ଜୀବନ
ଅସ୍ଥିର ତାହାର ଗତି
ସେଥିପାଇଁ ବୋଧେ ଏହି ବିଡ଼ମ୍ବନା
ଲଭୁଛୁ କଷଣ ନିତି ।
ଦୁଶ୍ଚିନ୍ତା ଆତଙ୍କ ପ୍ରକୃତି ଲାଞ୍ଛନା
ଆସୁଅଛି ବାତ୍ୟା ଦାନା
ତଥାପି ମଣିଷ ହୃଦୟେ ଚେତନା
କାହିଁକି କେବେ ଆସେନା ।
ବୁଦ୍ଧି ଜ୍ଞାନ ହଜି ହୁଏ ବାଟବଣା
ବୁଝି ଅବୁଝା ଭାବନା
ସୁବିବେକୀ ପଣେ ଚିନ୍ତା ଚେତନା
ପରିବର୍ତ୍ତନ ହୁଏନା ।
ଜଳ ସ୍ଥଳ ଭାଗ ତୁମ ଇଙ୍ଗିତରେ
ହୁଅଇ ପରିଚାଳିତ
ତୁମ ବିନା ପ୍ରଭୁ ଭବ ସାଗରରେ
କିଏ ସେ ସହାୟ ହେବ ।
ଆତଙ୍କ ଛାୟାରେ ଜର୍ଜରିତ ସିନା
ଶୁଣ ଆମର ପ୍ରାର୍ଥନା
ଶାନ୍ତିର ଆକର‌ ଦିଅ ହେ ସାନ୍ତ୍ୱନା
ନ ଆସୁ ଦୁଃଖ ଯାତନା ।
ତୁମରି କରୁଣା କରିଲେ ହେ ଊଣା
ହୋଇବୁ ଆମେ କାହାର
ଅସ୍ଥିର ହୁଅଇ ତୁମ ପ୍ରେମ ବିନା
ଗତି ମତି ନାହିଁ ସ୍ଥିର ।
ବିପଦ ଆପଦେ ତୁମରି ଆଶିଷେ
ଘୁଞ୍ଚି ଯାଏ ଆଶଙ୍କା
ତୁମ ଆଶ୍ରିତରେ ମିଳେ ଆଶ୍ୱାସନା
ଶୁଣ ବିନତୀ ପ୍ରାର୍ଥନା ।
ତୁମ ହାତଗଢା ମଣିଷଟି ସିନା
ସୃଷ୍ଟିକୁ ଦିଏ ତାଡ଼ନା
ଅପରାଧ ସବୁ ନକରିଲେ କ୍ଷମା
କିଏ କରିବ ମାର୍ଜନା ।
ଭୟଙ୍କର ମହାବାତ୍ୟା ଫାଇଲିନ
ବୁଲ୍ ବୁଲ ହୁଡହୁଡି
ଆସିଛି ତିତିଲି ଫନୀ ଘନଘନ
ଦେଇଥିଲା ତ ଉଜାଡି ।
ସାମୁଦ୍ରିକ ଝଡ଼ ଦାନାର ପ୍ରଳୟ
ଆଭାସ ଦିଏ ସୂଚାଇ
ଭୁଲ୍ ଅପରାଧ ଦୁର୍ବିପାକ ଭୟ
ଆସୁଛି ଘଣ୍ଟି ବଜାଇ ।
ସମର୍ପଣ ଭାବ ସସୀମ ସାମର୍ଥ୍ୟ
ଅନୁଶୋଚନାର ହୃଦେ
ତୁମରି ପାଶରେ ସକଳ ସମ୍ଭବ
ଝଡ଼ରୁ ସେ ଉଦ୍ଧାରିବେ ।

ତୃପ୍ତିରାଣୀ ପାତ୍ର

ସହଦେବଖୁଣ୍ଟା,ବାଲେଶ୍ଵର

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *