ବହି ଟିଏ ମୁଁ

ମୁଁ କ୍ଲାନ୍ତ ପଥିକର ପାନ୍ଥଶାଳା ଟିଏ
ଲିପ୍ତରୁ ନିର୍ଲିପ୍ତତାର ପଥ ଟିଏ
ମୁଁ ଅପ୍ରାପ୍ତିରୁ ପ୍ରାପ୍ତିର ଗନ୍ତବ୍ୟ ଟିଏ
ନାସ୍ତିକରୁ ଆସ୍ତିକର ବାଟ ଟିଏ
ଶୂନ୍ୟତାରୁ ପୂର୍ଣ୍ଣତାର ଶିଖର ଟିଏ
ମୁଁ ତମସାରୁ ଜ୍ୟୋତିର ମାଧ୍ୟମ ଟିଏ
ଏନ୍ତୁଡିରୁ ଅଙ୍ଗାରର ରହସ୍ୟ
ଆଉ ସୃଷ୍ଟି ସଂରଚନାର ଭେଦ ଟିଏ
ଅହଂରୁ ଓଁକାରର ଶଙ୍ଖନାଦ ଟିଏ
ଅଶିକ୍ଷାରୁ ଶିକ୍ଷାର ଦୀପଶିଖା ଟିଏ
ଜୀବନ ଜିଇଁବାର କଳା ଟିଏ ମୁଁ
ଜୀବନ ଡଙ୍ଗାକୁ ବୋହି ନେବାର ଗୁରୁ ଟିଏ ମୁଁ…
ମୁଁ ବହି ଟିଏ….।।

ମୁଁ ପ୍ରେମ ପରିଣୟର ଗୀତି ଟିଏ
ମୁଁ ସାତ ସୂରର ମଧୂର ମୁର୍ଚ୍ଛନା ଟିଏ
ବର୍ଣ୍ଣ।ଢ୍ୟ ପୃଥିବୀର ପରିକଳ୍ପନାରେ
ନିମଗ୍ନ କବିର ଉପାଦାନ ଟିଏ ମୁଁ
ହତାଶାର ଅନଳରେ ଜର୍ଜରିତ
ଜୀବନ ପାଇଁ ମୃତ ସଞ୍ଜିବନୀ ମୁଁ
ଜୀବନ ଦର୍ଶନର ସଜ୍ଞା ଖୋଜୁଥିବା
ଦାର୍ଶନିକର ପୁଞ୍ଜି ମୁଁ
ଗୃହସ୍ଥରୁ ବ୍ରହ୍ମଚର୍ଯ୍ୟର ପଥ ମୁଁ…

ଜ୍ଞାନବ୍ରତ ଭୋଇ
ପଲସଦା, ଲଖନପୁର, ଝାରସୁଗୁଡା

Leave a Reply

Your email address will not be published. Required fields are marked *