ବର୍ଷା ହେଲେ ଚାଷୀଭାଇ

ବରଷକ ବାରମାସ ଲୋ ବଉଳ
ବରଷକ ବାର ମାସ ,
ବର୍ଷାରେ ଆଷାଢ଼ ଶ୍ରାବଣ ବଉଳ
ସବୁଜ ଧରଣୀ ହସେ ।।
ଚାଷୀଭାଇ ମନ ଉଲ୍ଲାସ ବଉଳ
କ୍ଷେତେ କରିବାକୁ ଚାଷ ,
କୋଦାଳ କାନ୍ଧେଇ ଚାଲେଲୋ ବଉଳ
ହୃଦେରଖି ସେ ବିଶ୍ଵାସ ।।
କ୍ଷେତରେ ବିହନବୁଣେ ଲୋ ବଉଳ
ବାଟିଆ ଦିଅଇ ଚାଷୀ ,
ମଇ ଦେଇଥାଏ କ୍ଷେତରେ ବଉଳ
କୋଡ଼ି ହାଣିଥାଏ ହସି ।।
ଗୋବର ଖତକୁ ଆଣେଲୋ ବଉଳ
ସାରକରି ଦେବା ପାଇଁ ,
ସାରପାଇ ଚାରା ହୃଷ୍ଟପୃଷ୍ଟ ହୁଏ
ବଢ଼ିଯାଏ ଧାଇଁ ଧାଇଁ ।।
ଘାସଗଛତକ ବାଛେ ଲୋ ବଉଳ
ଚାରାକୁ ଯତନେ ରଖି ,
ଚାରାକୁ ଯତନେ ରୁଅଇ ବଉଳ
ହୁଅଇ ସେ ଭାରିଖୁସି ।।
ଗର୍ଭଣା ସଂକ୍ରାନ୍ତି ଆସିଲେ ବଉଳ
ଧାନ ଗର୍ଭହୁଏ କ୍ଷେତେ ,
ସୁନେଲି ପୋଷାକ ପିନ୍ଧେଲୋ ବଉଳ
ସୁନା ଫଳିଥାଏ କେତେ ।।
ଦାଆ ହାତେଧରି ଚାଲେଲୋ ବଉଳ
କାଟିଥାଏ ଧାନ ଗଛ ,
ଧାଡ଼ିଧାଡ଼ି କରି ଶୋଇ ଦେଇଥାଏ
ବାନ୍ଧିଥିବା ଧାନ ଗୋଛା ।।
ବାଉଁଙ୍ଗି କାନ୍ଧେଇ ଆସେଲୋ ବଉଳ
ବୋହିନିଏ ଧାନ ଗୋଛା ,
ଖଳାରେ ଗଦା ଦେଇଥାଏ ବଉଳ
ଆଣିଥିବା ଧାନ ଗୋଛା ।।
ବଳଦ ଖୁଣ୍ଟେ ବାନ୍ଧେଲୋ ବଉଳ
ବେଙ୍ଗ ଳେଇବା ପାଇଁ ,
ବେଙ୍ଗଳା ଧାନକୁ ଉଡ଼ାଏ ବଉଳ
ଧାନର ଅମଳ ପାଇଁ ।।
ଅମଳଧାନେ ନିଏ କଳେ ବଉଳ
ପେସାଏ ଚାଉଳ ପାଇଁ ,
ସଂସାର ମୁଖେ ଅନ୍ନଯୋଗାଏ ବଉଳ
ଖଟଇ ଆମରି ପାଇଁ ।।

ମନସ୍ମିତା ଦାସ

ବଙ୍କସାହି ,ଭଦ୍ରକ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *