ବର୍ଷା ତୁମେ

ଜାଣିଛ ବର୍ଷା ତୁମେ ଆସିବ
ବୋଲି କହି ନଥିଲ କାଲି,
ତୁମ ଆସିବାର ଶବ୍ଦ ଶୁଣି
ମୁଁ ବାହାରକୁ ଧାଇଁ ଆସିଲି ।।

ହଠାତ୍ ତୁମରୂପ ଦେଖି ମୁଁ
ସତରେ ବହୁତ ଖୁସି ହେଲି ,
ମନେଅଛି ସେଦିନ ବର୍ଷା ରେ
ତୁମ ଛିଟାରେ ମୁଁ ଭିଜୁଥିଲି ।।

ହାତେ ଛତାଧରି ପାଦ ଥାପି
ଥାପି ଅର୍ଦ୍ଧ ଓଦା ଚାଲୁଥିଲି,
ତୁମ ପ୍ରକୁତିକୁ ଦେଖିତୁମ
ସାଥେ ଭିଜି ଗୀତ ଗାଉଥିଲି।।

ବର୍ଷା ତୁମ ଭିଜା ପଣତରେ
ମନର ଅସ୍ତିତ୍ୱ ଭୁଲିଗଲି ,
ପବନର ବେଗ ସାଥେ ତୁମ
ସ୍ପର୍ଶେ ବର୍ଷା ସ୍ଵାଦ ପାଇଗଲି ।।

ମନସ୍ମିତା ଦାସ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *