ବନ୍ଧୁ ବୋଇଲେ ତୁମେ

 ୍

ନିଆଁ ଝାଞ୍ଜିରେ ସିଝି ଥିବା ଶରୀର ପ୍ରକ୍ଷାଳନ ପରେ 

ବନ୍ଧୁ ପଚାରନ୍ତି କେମିତି ଅଛ?

ସବୁଯୋଗାଡ଼ ହେଲା ତ !

କେତେ ଟିଣ ଘିଅ ଢ଼ଲା ହେଲା ?

ଶୁଦ୍ଧ ନା ଭେଜାଲ,

ସବୁରି ଉତ୍ତର ହେଲା

ଶବଟି ଜଳୁଥିବା ଯାଏ ମୁଁ କଥା ହେଉ ଥିଲି ।

ଏନ୍ତୁଡି ଶାଳର ଆଦ୍ୟ ଅସ୍ତିତ୍ବ ଜାହିର କରୁଥିବା 

ଶୁଣିଥିଲି ଜଳିବା ଭିତରେ 

ବାୟୁରେ ଘର ଖଣ୍ଡେ କରିବାର ଦୁର୍ବାର

 ଅଭିସ୍ପା ଖଣ୍ଡିତ ହେଉଥିଲା ଛିଟିକି

ପଡ଼ୁଥିବା ପୁଳାଏ ମାଂସରେ 

କଣ୍ଢେଇ ଖେଳ, ବାଲି ଘର, ସ୍ବପ୍ନର ସୌଧ, 

ବିଭ୍ରାନ୍ତ ମନ, ଭଂଗ୍ନ ହୃଦୟ, 

ତ୍ରୁଟି ପୂର୍ଣ୍ଣ ନଥିପତ୍ର, କଳ୍ପନା ଜଳ୍ପନା 

ସମ୍ପର୍କ ସବୁ ଜଳିଗଲା ପରେ 

ବନ୍ଧନରେ ବାନ୍ଧି ହେଉଥିଲି ପାଉଁଶର ଛାତିରେ ।

ବିଲୟ ପରେ ହିଁ ଆରମ୍ଭ ହୁଏ ବୋଲି 

ବୁଝେଇ ନେଲି ମନକୁ 

ମଶାଣିରୁ ଫେରିଲା ପରେ, 

ପ୍ରଥମ ପୃଷ୍ଠାର ସଫେଦ୍ ଫର୍ଦ୍ଦରେ 

ବନ୍ଧୁ ବୋଇଲେ ତୁମେ ।।

ପଦ୍ମାବତୀ ମହାପାତ୍ର,

ଅଧ୍ୟାପିକା, ରାଜନୀତି ବିଜ୍ଞାନ 

ବ୍ରଜରାଜନଗର, ଝାରସୁଗୁଡ଼ା।

Leave a Reply

Your email address will not be published. Required fields are marked *