ସୁନ୍ଦର ମୋ ମାଆ ଉତ୍କଳ ଜନନୀ ଗାରିମା ମୟୀ ମୋ ମାଟି
ଭାରି ମିଠା ଲାଗେ ମୋ ମାଟି ର ଭାଷା ପ୍ରିୟ ଓଡ଼ିଆ ଭାଷା ଟି,
ସବୁଜିମା ଭରା ରତ୍ନ ଗର୍ଭା ମାଆ ହସଇ ବଣ ପାହାଡ଼
ମନ୍ଦିର ମାଳିନୀ ଉତ୍କଳ ଜନନୀ ସାଜଇ ମଠ ମନ୍ଦିର,
ବାର ମାସେ ତେର ପରବ ପାଳଉ ଉତ୍କଳୀୟ ପରମ୍ପରା
ମହ ମହ ବାସେ ଗାଁ ଠୁ ସହର ପର୍ବ ପର୍ବାଣୀ ରେ ବାସ୍ନା,
କୃଷି ର ସମୃଦ୍ଧ ଉତ୍କଳ ର ମାଟି କ୍ଷେତ ରେ ହସଇ ସୁନା
ସେଇ ସୁନା ଧାନ ଅମାର ଭରିବ ଚାଷୀ ହୋଇ ଆନମନା,
ଗୋମୟେ ଲିପିକି ଘର ଅଗଣା କୁ ଲଷ୍ମୀ ପାଦ ଚିତା ଆଙ୍କି
ଶଙ୍ଖ ହୁଳହୁଳି ଶୁଭଇ ପ୍ରଭାତୁ ମାଣବସାଇ ଓଡ଼ିଆଣି,
କଳା କାରିଗରୀ ସ୍ଥାପତ୍ୟ ମାଧୁର୍ଯ୍ୟ ସ୍ମୃତି ଅଛି କୋଣାରକ
ଓଡ଼ିଆ ପୁଅ ଙ୍କ ବୀରତ୍ୱ ଗାରିମା ବଖାଣେ ଧରମା ତ୍ୟାଗ,
ପାଇକ ପୁଅ ଙ୍କ ବୀରତ୍ୱ କାହାଣୀ ଗାଏ ବରୁଣେଇ ଗଡ଼
କେତେ ସାଧୁ ସନ୍ଥ ମହାପୁରୁଷ ଙ୍କ ଅଟଇ ତ ଏନ୍ତୁଡ଼ି ଶାଳ,
ଶଙ୍ଖ କ୍ଷେତ୍ରେ ବିଜେ ନୀଳାଦ୍ରୀ ବିହାରୀ ଉଡେ ପତିତପାବନ
ଧନ୍ୟ ମୋର ମାଟି ମାଆ ର ବକ୍ଷ ରେ ବିଜେ ସ୍ୱୟଂ ନାରାୟଣ,,
ନିତି ପାହାନ୍ତି ରୁ ଗାଁ ମନ୍ଦିର ରୁ ଶୁଭୁ ଥାଏ ଘଣ୍ଟ ସ୍ଵନ
ମୋ ମାଟି ଚନ୍ଦନ ଓଡ଼ିଆ ମହାନ ମାଟି ମାଆ ଗରୀୟାନ,,
ବନ୍ଦେ ଉତ୍କଳ ଜନନୀ
ଅପରାଜିତା ପରିଡା
କୁଜଙ୍ଗ, ପାରାଦ୍ୱୀପ, ଓଡିଶା