ଫୁଲ

ଅତୀବ କୋମଳ ତନୁ, ପାସୋରା ନ
ଯାଏ ମନୁ,
ମଧୁ ପାଇଁ ନିତି କଳା ମଧୁପ ଟି
କରୁଥାଏ ଗୁଣୁଗୁଣୁ,,
ବନେ ଉପବନେ ବାସ
ମନକୁ କରଇ ତୋଷ,
ସାଂଗ ସାଥି ମେଳେ, ଆଣନ୍ତି ସାଦରେ, ମନକୁ କରି ହରଷ,,
ଲମ୍ବଇ କାହା ଗଳାରେ, ପୁଣି
ସାଜେ ମୂଁ କାହା ଗଭାରେ,
ମଧୁରାତି ଦିନ ସଜା ହୁଏ ପୁଣି
ସଜତ୍ନେ ମଧୁଶେଜରେ,,
ଅନ୍ତରେ ଭରିଛି ମଧୁ,
ପ୍ରତ୍ୟୁଷରେ ମତେ ଡାଲାଭରି ଆଣେ
ବାସଗୃହେ କୁଳବଧୂ,,
ଶୃଙ୍ଗାର କରଇ ହରି, ଭବୁଁ ଯିବା ପାଇଁ ତରି,
ଭୋଗୁଛିଁ ମୂଁ ଦଶା, ନାସିବେ ଦୁର୍ଦ୍ଦଶା
ଆଖି ଖୋଲିଲେ ମୁରାରୀ,,
ନିରବ, ଶାନ୍ତ ପଥିକ,
ଛାଡେ ନାହିଁ ତାର ପାଖ, କର୍ତ୍ତବ୍ୟ
ପଥରେ ସଦା ରହିଥାଏ, ମନ
କରି ସଦାଚାରୀ,,
ଚରିତ୍ର ବିହୀନ ନାରୀ,
ହୁଏ ନାନାବେଶ, ସଜାଏ ସୁକେଶ
ମତେ ଯତ୍ନେ ଏକତ୍ରିତ କରି,,
କୁଜନ ସଙ୍ଗ ରେ ନେଇ, ମନ
ଦିଆନିଆ ହାଟକୁ ଯାଆନ୍ତି ଅଙ୍ଗକୁ
ସୂବେଶ କରି,,
ଭଲ ମନ୍ଦ ମୋର ନାହିଁ,
ସବୁକାର୍ଯ୍ୟ କରିଥାଇ, ଆମ
ଭାଗ୍ୟେ ଲେଖା ମଉଳି ଯିବାକୁ
ଦରଫୁଟା କଳି ହୋଇ,,

ସବିତା ଷଡ଼ଙ୍ଗୀ

ଧନୁପାଲି

Leave a Reply

Your email address will not be published. Required fields are marked *