ଫରକ୍

ତୁମେ ପିତଲ୍ ଗରିଆ,
ମୁଇଁ ପରେ ମାଏଟ୍ ହାଏଁଡ୍ ଟେ…
ଜନମବେଲୁଁ କୁମ୍ଭାର୍ ମୋର୍ ଦିହୁଁ ଗୁଢ଼ି ବାଛୁଥିସି,ମତେ ବନାଲା ବେଲେ।
ଅଂଘରା ଦପ୍ ଦପ୍ କରୁଥିବା ଭାଟିନ ମୁଇଁ ପୁଡାହେସିଁ,ଟାନ୍ ହେବାରତକ୍।
ଯେନ୍ତା ଖପରା ହେବାରତକ୍ ସବୁ ସହିପାରମି,
ହରମେଶା ନିଆଁଥି ପୁଡି଼ପାରମି ।
ହେଟାନ ମୋର୍ ଭାଗ୍ୟ….

ଭାଏଲ୍ କଣହା ଥିବା,ଖୁନା ଥିବା ବଲି,
ମତେ ଟାମଡି଼ଟୁମଡି଼,ଆଂଗଠିଥି ଠନଠାନ୍ କରି,ମୋର୍ ରଂଗରୂପ୍ ଦେଖିକରି ମୂଲଚାଲ୍ ହେସି।

ମୋର୍ ଦେହେଥି ମାହାପରସାଦ ସିଝୁ କି ମାଉଁସ୍…
ମୋର୍ ଅକ୍ତିଆରଥି କିଛିଭି ନାଇଁ ଥାଏ,
ସିଉକାର୍ କରବାର୍ ଛଡ଼ା ଦୁସରା ବାଟ୍ ଭି ନାଇଁ ଥାଏ।
କୁମ୍ଭାର୍ ଘରୁ ଖପରା ହେବାରତକ୍,
ଇ ହାତୁ ସେ ହାତ୍,ସେ ହାତୁ ଆରୁ କେନ୍ ହାତ୍
ମୁଇଁ ଖାଲି ବିକା ହଉଥିସିଁ,
ଫିକା ହଉଥିସିଁ।
ଟିକେ ଟିକେ ଘଟନା,ଦୁର୍ଘଟନାଥି ମୁଇଁ ମାରା ହଉଥିସିଁ।
ମୋର୍ ନିରୋଲପନ୍ ନିଥରିଯାଉଥିସି, କେହି ଛୁଇଁଟୁଇଁ ଦେଲେ ।
ଦିଅ ଫିକି, ଚିନ୍ତା ଯିବା,ବୋଝ୍ ଯିବା।
ରାସ୍ତା ତରା, ଗାଁ ମୁଁଡସାଲ୍,ମଶାନ୍ ପଦା ଯେନକେ ଫିକଲେ ଚଲବା।

ତୁମେ ତ ପିତଲ୍ ଗରିଆ,
ଲେପାକୁଚା ହୁଅ କି,କଣହା କୁଜା ହୁଅ,
ମାଜିଦେଲେ ଚକାଚକ୍।
ହରମେଶା ଖାଣ୍ଟି,ନିରୋଲ୍।
ଛୁଆଁଛୁତି ନାଇଁ,ପକାଫିକା ନାଇଁ ।
ତମର୍ ଭାଉ କାହିଁରେ କେତେ।
ରାସ୍ତା ତରା,ରନ୍ଧାଘର୍,
ଦେବତା କୁଠି,ଦାରିଘର୍।
ତମେ ଯେନ ରହେଲେ ଡର୍ ନାଇଁ,ସବୁବେଲେ ଝକୁଥିସ।
ମୁଇଁ ଖିସେଇ ଯାଏସିଁ ସେତକିବେଲେ,
ଯେତକିବେଲେ ଦେଖସିଁ-
ଫି ଥର ତମକୁ ବେଭାର୍ କରିସାଏଲେ ମାଜିମୁଜି
ଉବରେଇ କରି ରଖାହେସି,
ଆରୁ ଖାଲି ଥରେ ବେଭାର୍ ହେଇଗଲେ ମୁଇଁ…
ମତେ ଫିକିକରି ଇ ସମାଜ ନିଜକେ ଶୁଧ୍ କରୁଥିସି।

ରଞ୍ଜିତା ହୋତା

Leave a Reply

Your email address will not be published. Required fields are marked *