ମୋ ଭାରୁ’ଏ ଭାଗ୍ୟର
ସବୁତକ ଭାଜ୍ୟ
ଏବେ ! ପଳାତକ ତଥାସ୍ତୁ ?
ମହଣ ମହଣ
ମୂର୍ଦ୍ଧନ୍ୟ ମନଃସ୍ତତ୍ୱ’
ଏବେ ! ଗମ୍ବୁଜରେ ବନ୍ଦୀ
ବାରୁଦ ଲେସା ଶବ୍ଦ ସବୁ
କ୍ଷତାକ୍ତ କ୍ଷେପଣାସ୍ତ୍ର ,
ଶବ୍ଦଭେଦୀ ବାଣ ଆଜି
ଶବ୍ଦଶୁନ୍ୟ ତୁଣୀର,
ସବୁତକ ଆହ୍ବାନ ଆଜି
ଅପହୃତ ଅଙ୍ଗିକାର ,
ଅଭିଷିକ୍ତ ଆୟୁଷ ମାନେ,
ଏବେ ଯୁଦ୍ଧ ଫେରନ୍ତା
ପରସ୍ତେ ପରସ୍ତେ,
ପରାସ୍ତ ପୂର୍ଣ୍ଣାହୁତି।
କାହାକୁ ନେଇ ଲେଖିବି !
ଜୀବନ ଚକ୍ରର
ଅସରନ୍ତି ଆସ୍ତରଣ ?
କେବେ !! ମୁଁ,
ଜୀବନ ମୁହାଁ ତ ?
କେବେ ! ଜୀବନ ମାଗେ
ମୋତେ ?
ମୋ ଅଳ୍ପ ଆୟୁଷ ମଖା
କାପାଳିକ କପାଳର
ଧାରେ, ନିଗିଡ଼ା ନିଅଣ୍ଟିଆ ନିର୍ବାଣ।
ବାଟଭାଙ୍ଗୁଥିଲେ !
ସମଗ୍ର ଆୟୁଷ୍ମତୀ ଶବ୍ଦାୟୁଷ,
ପୁଟୁଳିରୁ ଉଭାନ୍
ହେଉଥିଲେ !
ମୋ ଅଭିମନ୍ତ୍ରିତ
ଶବ୍ଦଭେଦୀ ‘ବ୍ରହ୍ମୋସ୍’;
କିଛି କିଛି ସଜେଇ
ହେଉଥିଲେ !
ମୋ ନିର୍ଦ୍ଧାରିତ
“ଯୁଦ୍ଧ ପୋତ”ରେ,
କିଛି !! ଅପହୃତ ଶବ୍ଦ ଶ୍ୱାସ
ନୀରବରେ ମାପୁ ଥିଲେ !
ମୋ ଅଭେଦ୍ଯ ସାତତାଳ
ପଞ୍ଜିକୃତ ପଙ୍କ ଓ
ନୀରବ ନିଥର ଫରୁଆରେ
ଛଟପଟ !
ପୁଳାଏ ପରମାୟୁର
ପ୍ରସ୍ତାବିତ ପ୍ରତିଘାତ’
ବିଦାୟ ବୈଧଵର
ବଳରାମ ପୂଜାରୀ
କୁଡୁମୁଲୁଗୁମ୍ମା
ମାଲକାନଗିରି
ଵହ୍ନିଭୂମି
୯୬୬୮୬୮୮୪୭୪