ପ୍ରେରଣା ତୋ ପଥ

ମୁକ୍ତିର ଆହୁତରେ ଉଜ୍ଜ୍ୱଳ ତାରାକା ସାଜି
ଅନ୍ଧାରର ନିଖୁଣ ଅପହଞ୍ଚ ଶିଖରରେ ପହଞ୍ଚି …
କେଯାଣେ ପାଦ ଅଟକି ଯାଏ ତ
ସ୍ତବ୍ଧ ମନ ଅଧିର ହୋଇପଡେ!
ଚଳଚଞ୍ଚଳ ସମୟ ସ୍ଥିର ରହିଥିବା ହୁଏତ ଆଚମ୍ବିତ କରିପାରେ
ମାଇଲ ମାଇଲ ଦୂରରୁ ଭାସି ଆସୁଥିବା ଆଲୋକିତ ବାସ୍ନା ବୋଧହୁଏ ଟାଣିନିଏ ତା ପାଖକୁ
ମାଟିର ଶସକ୍ତ ରକ୍ତପିଟ
ବ୍ୟାକୁଳ କରେ ଥରେ ଫେରିଯିବାକୁ?
ଲହୁଲୁହ କୁ ପୋଛି ମମତାର ପଣରେ ଲୁଚି ଯିବାକୁ
ଚିରକାଳ ଗଗନର ଛାୟାରେ ଉତଭାସି ହେବାକୁ!
ଦୀର୍ଘ ଦିନ ଧରି ଚେତନାର ନିଦ୍ରାରେ ମଳିନ ହେବାକୁ !
ଥରୁଟିଏ ମଶାଲର ନିଆଁରେ ଦିଆସିଲି ଦାରୁ ହୋଇ
ନପହୁଞ୍ଚୁଣୁ ତରବାରର ତୀର ହୋଇ
ସତ୍ୟତାର ପରାକାଷ୍ଠା ଭିତରେ
ନିଜକୁ ହଜେଇ
ହଁ ଦେଖେ ସେ ଅସମ୍ପୂର୍ଣ୍ଣ ସ୍ବପ୍ନ
ଦିଏ ମନଗଢା ପ୍ରଲୋଭନ
ମଶାଣିର ଅମ୍ଳାନ ଅତୀତ
ଖୋଦିତ ଚିତ୍ରପଟ ମଧ୍ୟରେ ଆବଦ୍ଧ
ହଠାତ୍ ମନେ ପଡୁ ପଡୁ ଉପସ୍ଥିତି ତାର ସୂଚନା ଦିଏ
ସିଏ ଖୋଜୁଥିଲା କି ଏମିତି?
ନା ଚୁପ୍ ହୋଇପାରେ ,କିଛି କହି ନ ପାରେ , କିନ୍ତୁ ଆଖି ସବୁ ପଢିପାରେ
ସେ ନିରବ ପାଠକର ସରଳ ମଣିଷ ଭାବେ
ହେଲେ ବିପ୍ଲବ ପ୍ରତୀକର ସାହସ ସାଜି
ପୁଣି ଗୋଟିଏ ପାଦ ଆଗକୁ ବଢେଇବାର ଚେଷ୍ଟା
ସମୟ ସହ ଠିକ ସଉଦା ହାଟର କିଣାବିକା ପରି ଚାଲିଥାଏ ବାଟ
ଅଟକି ଗଲେ ହାତ ଠାରି ନେବାକୁ ସେ ପ୍ରୟାସର ଏକତ୍ବକୁ ବେଶ୍ ଭଲ ଭାବେ ପରଖିଥାଏ
ଚୋବିଶ ଘଣ୍ଟିଆ ସମୟ ଭି ହାର ମାନିବାକୁ ବାଧ୍ୟ
ଖଣ୍ଡାଧାର ପରି ବୀର ଜାତକର ସ୍ବଭାବରେ
ଉସର୍ଗିତ ପ୍ରାଣ ଆହୁଲେ ମୁକ୍ତିର ମନେ ଭରେ ଯେମିତି ତ ..!

ସରସ୍ବତୀ ସାଲିମା
ସମ୍ବଲପୁର

Leave a Reply

Your email address will not be published. Required fields are marked *