ମୁଖ ସୁନ୍ଦରକୁ ଦେଖିକି କେବେ ବି
ହୃଦୟ ନ ହୁଏ ଚିହ୍ନି
ହୃଦୟ ଚିହ୍ନିଲେ ସ୍ବତଃ ସ୍ବତଃ ସତେ
ପ୍ରେମ ଭାଷା ହୁଏ ବର୍ଣ୍ଣି ।।
ହୃଦୟ ନିର୍ମଳ ଥାଏଟି ଯାହାର
ପ୍ରେମ ବି ହୁଏ ତା’ ସ୍ବଚ୍ଛ
ସହସ୍ର ସମସ୍ଯା ଲକ୍ଷେ ବାଧାବିଘ୍ନ
ତାକୁ ଲାଗିଥାଏ ତୁଚ୍ଛ ।।
ଯାହା ସହ ମନ ମିଶି ହୁଏ ପ୍ରେମ
ତା’ ସବୁ ଲାଗେ ଅମୂଲ୍ୟ
ବାହ୍ୟ ସୌନ୍ଦର୍ଯ୍ୟକୁ ଦିଶେନି ଆଖିରେ
ତା’ ହୃଦ ଦିଶେ ନିର୍ମଳ ।।
ଜୀବନ ଓ ପ୍ରେମ କ୍ଷୀର ନୀର ଭଳି
ଏକ ସ୍ଥାନେ ତାଙ୍କ ବାସ
ପ୍ରେମ ବିନା ପ୍ରାଣ ଅଧୁରା ହେ ଭାଇ
ପ୍ରେମ ଦିଏ କାନ୍ଦ ହସ ।।
ସନ୍ତୋଷ କୁମାର ଅଦାବର
ବୀରମହାରାଜପୁର,ସୁବର୍ଣ୍ଣପୁର