ଗୋଟିଏ ସ୍କୁଲ ରେ ପଢୁଥିଲେ ୪ ଜଣ ଭଲ ବନ୍ଧୁ ,ମହେଶ,ରିତିକ ,ରାହୁଲ ଓ ସୁମନ୍ ସେମାନେ ଅତ୍ୟନ୍ତ ଘନିଷ୍ଟ ବନ୍ଧୁ ସେମାନେ ସ୍କୁଲ ରୁ ଆରମ୍ଭ କରି କଲେଜ ରେ ମଧ୍ୟ ଗୋଟେ ସାଙ୍ଗରେ ପଢି ଆସୁଥିଲେ । କଲେଜ୍ ପାଠ ତ ସରିଲା ହେଲେ ହେଲେ ଓଡ଼ିଶା ରେ ଦେଖା ଯାଉଥିଲା ଘୋର ଚାକିରି ର ଅଭାବ , ଚାରି ଜଣ ସାଙ୍ଗ ମିଶି କଥା ହେଲେ ଏବେ କରିବା କଣ ? ଚାକିରି ତ ମିଲୁ ନାହିଁ ଆମେ ଏବେ ରୋଜଗାର କରିବା କେମିତି ,ରହିବା କେମିତି ଏମିତି ତାଙ୍କ ମନରେ ଖେଳୁଥାଏ ଅନେକ ସଙ୍କା । ଏବେ ସେମାନେ ହତାଶ ହୋଇ ନୂଆ ନୂଆ ଯୋଜନା କରିବା ଆରମ୍ଭ କରିଦେଲେ ଜଣେ କୁହେ ଆମେ କଳାବଜାର ରେ ବେପାର କରିବା ଆମେ ହୁଏତ ବହୁତ ଶୀଘ୍ର ଧନୀ ଲୋକ ହୋଇଯିବା କିନ୍ତୁ ଯେତେ ହେଲେ ବି ପାଠ ତ ପଢ଼ିଛନ୍ତି ତାଙ୍କୁ ମନାକରେ ତାଙ୍କ ବିବେକ କିନ୍ତୁ ସେମାନେ ଶେଷରେ ନିଷ୍ପତି ନେଳେ ଯେ ସେମାନେ ଯିବେ ଚେନ୍ନାଇ ଦାଦନ ଖଟିବାକୁ କିନ୍ତୁ ସେ କଥା ରେ ରାଜି ନଥିଲା ମହେଶ , ସେ ନିଜ ତିନିଜଣ ବନ୍ଧୁ ଙ୍କୁ ବୁଝାଇବାକୁ ଚେଷ୍ଟା କଲା କି ଚାକିରି ନହେଲେ କଣ ହେଲା ଆମେ ମିଶି କିଛି ବିଜନେସ କରି ପାରିବା, ଅନଲାଇନ ସେଣ୍ଟର୍ ଖୋଲି ପାରିବା ସେସବୁ ନହେଲେ ନାହିଁ ଘରେ ରହି ଅନ୍ୟ କିଛି ତ କରିପାରିବା , ହେଲେ ଏଥିରେ ରାଜି ନଥିଲେ ମହେଶ ର ତିନିଜଣ ସାଙ୍ଗ ।
ମହେଶ ର କଥା କୁ ଖାତିରି ନକରି ସେମାନେ ଚାଲିଲେ ଚେନ୍ନାଇ ଅଭିମୁଖେ । ଚେନ୍ନାଇ ର ସୂତାକଳ ରେ ତିନିଜଣ କାମ ଆରମ୍ଭ କରିଦେଲେ ଓ ମହେଶ ଗାଁ ରେ ଆରମ୍ଭ କଲା ମିନି ଅନଲାଇନ ସେଣ୍ଟର୍ ସେଥିରୁ ସେ ଯେତେ ପଇସା ମିଳେ ସେତିକିରେ ସେ ତା ପରିବାର ପରିପୋଷଣ କରେ କିନ୍ତୁ ତାର ତିନିଜଣ ସାଙ୍ଗ ପାଖରେ ଏବେ ପଇସା ର ଅଭାବ ନଥିଲା ,ସେମାନେ ଏବେ ମଦ ପିଇବା ମଧ୍ୟ ଆରମ୍ଭ କରିସାରିଥିଲେ ,ସେମାନେ ମଦ ପିଉଥିବା ସମୟରେ ମହେଶ କୁ କଲ କରି କହିଲେ ,ମହେଶ ତୁ ଚେନ୍ନାଇ ଚାଲିଆସ ସେଠାରେ ଅନଲାଇନ ସେଣ୍ଟର୍ ରେ କେତେ ଟଙ୍କା ଅବା ରୋଜଗାର କରିବୁ ,ଦେଖ ଆମେ ଏବେ ମଦ ମାଂସ କରିଛୁ କଣ ଅଭାବ ଆମ ପାଖରେ କିନ୍ତୁ ସେ ସମୟ ରେ ମଧ୍ୟ ମହେଶ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲା ଓ ମଦ ପିଇବା ପାଇଁ ମନାକରିବାରୁ ସେମାନେ କଲ ଟି କାଟି ଦେଇଥିଲେ l
ଏମିତି ବର୍ଷ ପରେ ବର୍ଷ ବୀତି ଚାଲିଲା ଠିକ୍ ଚାରିବର୍ଷ ପରେ ତିନି ଜଣ ସାଙ୍ଗ ଗାଁ କୁ ଫେରିଲେ ,ତାଙ୍କ ବାହାଘର ମଧ୍ୟ ଠିକ୍ ହେଇଗଲା ସେମାନେ ଯେତେ ଟଙ୍କା ନେଇକି ଆସିଥିଲେ ବାହାଘର ରେ ସାରିଦେଲେ ତାଙ୍କ ପାଖରେ ତା ଏମିତି ବି ବେଶୀ ପଇସା ନଥିଲା କାରଣ ଯେତକ ପଇସା ସେମାନେ ରୋଜଗାର କରୁଥିଲେ ମଦ ମାଂସ ରେ ସବୁ ଯାଉଥିଲା । ବାହାଘର ସାରିଥାଏ ଏବେ ସେମାନେ ପରିବାର କୁ ଛାଡି ଯାଇପାରିଲେ ନାହିଁ ଦାଦନ ଖଟିବାକୁ ,ତାଙ୍କ ଉପରେ ଏବେ ଭାଳେଣି ପଡିଲା ଯେ ସେମାନେ ଏବେ କରିବେ କଣ ଠିକ୍ ସେହି ସମୟରେ ମନେ ପଡିଲା ତାଙ୍କ ମହେଶ ର କଥା ।
ତିନିଜଣ ସାଙ୍ଗ କଥା ହେଇ ବାହାରିଲେ ମହେଶ ପାଖକୁ ,ସେମାନେ ଜାଣିବାକୁ ପାଇଲେ ଯେ ଏବେ ମହେଶ ଗାଁ ରେ ରହୁନି ସେ ଏବେ ପାଖ ସହର ରେ ରହୁଛି ।ସେମାନେ ଯାଇ ଯେତେବେଳେ ପହଁଚିଗଲେ ,ମହେଶ ଦେଖି କୁଣ୍ଢେଇ ପକେଇଲା ସାଙ୍ଗ ମାନଙ୍କୁ କିଛି କ୍ଷଣ ଦୁଃଖସୁଖ ହେବା ପରେ ମହେଶ ଜାଣିପାରିଲା ତାର ବନ୍ଧୁ ମାନଙ୍କ ପାଖରେ ଏବେ ଆଉ ରୋଜଗାର ନାହିଁ ,ସେ କହିଲା ଏବେ ତମେ ମାନେ ଆଉ ବାହାରକୁ ଯିବ ନାହିଁ ତମେ ଏବେ ମୋ ଅନଲାଇନ ସେଣ୍ଟର୍ ରେ ମିଶି କାମ କରିବା ଏକଥା ଶୁଣି ତିନି ଜଣ ଯାକ ସାଂଗ ହସି ଦେଲେ ,କଣ ହେଲା ବନ୍ଧୁ ହସିଲ କଣ ପାଇଁ ପଚାରିଲା ମହେଶ ? ଜଣେ କହିଲା ତୋ ମିନି ଅନଲାଇନ ସେଣ୍ଟର୍ ରେ କଣ ବା କାମ ଦେବୁ ରେ ବନ୍ଧୁ ଏହା ଶୁଣି ମହେଶ ମଧ୍ୟ ନିଜ ହସ କୁ ରୋକି ପାରିଲା ନାହିଁ କାରଣ ମହେଶ ର ସେ ମିନି ଅନଲାଇନ ସେଣ୍ଟର୍ ଆଉ ମିନି ଅନଲାଇନ ସେଣ୍ଟର୍ ହେଇକି ନଥିଲା ସେ ସହରେ ତାର ନଅ ଗୋଟି ବ୍ରାଞ୍ଚ ଖୋଲି ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ପାଳଟି ସାରିଥିଲା ।
ଏବେ ତାର ବନ୍ଧୁ ମାନେ ମଧ୍ୟ ନିଜ ଭୁଲ ବୁଝି ପାରିଥିଲେ ଓ ସେମାନେ ମହେଶ ର କମ୍ପ୍ୟୁଟର ସେଣ୍ଟର୍ ରେ କାମ କରିଥିଲେ ।
ଏଥିରୁ ଆମେ ଶିଖିବାକୁ ପାଇଲେ ଯେ ଓଡ଼ିଶା ରେ ରହି ମଧ୍ୟ ଆମେ କିଛି ସଫଳତା ପାଇପାରିବା ।
ଦାଦନ ଖଟିବାକୁ ଯିବା ଆମର ଚିରସ୍ଥାୟୀ ସୁଖ ନୁହେଁ ।