ଜହ୍ନ ଠୁ ମାଗିବି ଜ୍ୟୋସ୍ନା
ସଜେଇବି ରୂପ ତମ ପାଇଁ
ସୂର୍ଯ୍ୟ ଠୁ ମାଗିବି କିରଣ
ତମ ମଥାର ଟିକିଲି ପାଇଁ
ରାତିକୁ ମାଗିବି ସପନ
ତମ ନିଦ ରେ ହଜିବାପାଇଁ
ତାରା କୁ ମାଗିବି ଚମକ ଟିକେ
ତମ ମନ ଆକାଶେ ଉଇଁବା ପାଇଁ
ପବନ କୁ କହି ମଳୟ ଆଣିବି
ସବୁ ଦିନ ହେବ ଋତୁରାଜ
ବିଜୁଳି ସlଜିବ ପାଉଁଜି ତୁମରି
ମେଘ ହେବ କେଶ ଗୁଚ୍ଛ
ସମୟ କୁ କହିବି ଅଟକି ଯିବ ସେ
ଏମିତି ମୁଁ ବାଟ ଚାହିଁ ବସିଥିବି
ତମରି ପ୍ରତୀକ୍ଷା ରେ ବିତୁ ଯୁଗ ପରେ ଯୁଗ
ତଥାପି ଅପେକ୍ଷା କରିବି ।
ସ୍ୱର୍ଣ୍ଣ ପ୍ରଭା ମହାପାତ୍ର
ସୁବର୍ଣ୍ଣପୁର