ପ୍ରତିକ୍ଷା

ସବୁକିଛି ନେଇଗଲା ପ’ରେ
ଟିକିଏ ବି ଫେରି ଚାହୁଁନ!
କେମିତି ବଞ୍ଚିବି ଯେ-
ଆଙ୍ଗୁଠି ଗଣା ରେ ବି ସରୁ ନାହିଁ ଦିନ।

ଅସହ୍ୟ ହେଉଚି
ନିଶ୍ୱ ଜୀବନରେ ନେବାକୁ ନିଶ୍ୱାସ
ତୋଫା ତୋଫା
ଜହ୍ନ ଆଲୁଅରେ ମିଳେଇ ଯାଉଚି
ମୋ ପୁରୁଣା ଦିନର ବିଶ୍ଵାସ

ଆଞ୍ଜଳୁ ରୁ
ବାଲି ସବୁ ଝରି ଗଲା ଭଳି
ଆଙ୍ଗୁଳି ସନ୍ଧିରେ ସରି ଯାଉଚି ଆୟୁଷ
ତୁମେ ଆସ ବା ନ ଆସ
ଏମିତି ଚାହିଁଥିବି
ତୁମ ଫେରିବା ବାଟକୁ
ଥିବା ଯାଏ ପିଣ୍ଡରେ  ଶେଷ ନିଶ୍ଵାସ।

ତପନ କୁମାର ବେହେରା

କାନପୁର, ନରସିଂହପୁର,

Leave a Reply

Your email address will not be published. Required fields are marked *