ପୋ’ ଜିଉଁତିଆ

ଦଶ୍ ମାସ୍ ଆଉ ଦଶ୍ ଦିନ୍ ଯିଏ
ପେଟେ ଧରିଥିଲା ଦୁଖେ,
ସେ ଫେର୍ ଆଏଜ୍ ଉପାସ୍ କରିଛେ
ପୁଓ ରହୁ ବଲି ସୁଖେ ।

ପେଟ୍‌କେ ବୁଝାଇ ଟୁଁଣ୍ ଭୁର୍‌ତେଇ
ନିଲ୍‌ଜେଇ କରି ତନ୍
ପାଏନ୍ ବୁନ୍ଦେ ଘଲେ ଆସ୍‌ରା ନାଇଁ
ତ’ବି ହକ୍‌ହକ୍ ମନ୍ ।

ସୁମରନା କରି ଦୁତି ବାହାନ୍‌କେ
ଭଲେ ରଖିଥିବ ପର୍‌ଭୁ
ତୁମର୍ ଦୟାନେ ପୁଓଟେ ପାଇଛେଁ
ଜନମ୍ ଦେଇଛେଁ ଗର୍‌ଭୁ।

ଅଲୁଆ ହେନ୍‌ତା ପୁଓଟା ମୋର୍ ହୋ
ସବୁବେଲେ ଥାଉ ସଫା
ଖଁଡିଆ ନିହେଉ ଶହେ ଆଠ୍ ତକ୍
ମଫା ହେଉ ସବୁ ଦଫା ।

ଦୁବ୍‌ଲଟା ଲେଖେଁ ନିରୋଲ୍‌ ଥାଉ
ଦିଶୁଥାଏ ଦବ୍ ଦବ୍
ମୁଡ୍ ଟେକି ଥାଉ ବିପଦ୍‌କେ ଆଡି
ଆସିଗଲେ ଅବ୍‌ତବ୍ ।

ପରା ପାଟକ୍‌ଥିଁ ମିଶିଗୁଲି ଥାଉ
ନାଇଁ ହେଉ ହଜ୍‌ହଜ୍
ଏକୁଶ୍ ରକମ୍ ଫଲ୍ ମୂଲ୍ ତାକେ
ମିଲୁଥାଉ ଜଜ୍‌ବଜ୍ ।

ଗୋଟ୍ ଗୋଟ୍ ସବୁ ଲିଆ ଲେଖେଁ ସୁଖ
ଭାଗ୍ୟେ ହେଉ ତା’ର ପାଗି
ନାଇଁ ଧସ୍‌କୁ ଜବର୍ ହେଇଥାଉ
ଖଇ ଦୁଖ୍ ଯାଉ ଭାଗି ।

ଟିଖିରି ବାଗିର୍ ମନ୍‌ଟା ତାର୍ ହୋ
ବସୁ ତୁମର୍ ଧିଆନେ
ଜିଉଁତିଆ ଗଁଠି ବାନ୍ଧି ଦିଅ ପର୍‌ଭୁ
ଜିଇଁ ଥାଉ ଭାବ୍ ବନ୍ଧନେ ।

ତରଣିସେନ ମେହେର
କଲଙ୍ଗାଡେରା, ବିଜେପୁର

Leave a Reply

Your email address will not be published. Required fields are marked *