ଆମେ ଦୁନିଆ କୁ ଯେତିକି ସାଧା ସିଧା ଦେଖିଥାଉ ଦୁନିଆ ଟା ତହୁଁ ବଳି ରହସ୍ୟମୟ l ଯେତେ ଭିତରକୁ ଯାଉଥିବେ ଉନ୍ମୋଚନ କରିବା ପାଇଁ ସେତିକି ରହସ୍ୟ ର ଆସ୍ତରଣ ଖୋଲି ଖୋଲି ଯାଉଥିବ ଏବଂ ପରିଶେଷରେ ଭାବିବେ ଯେ ସତ ରେ କଣ ଏମିତି ହୁଏ ? ଯଦି ଜାଣିବା ପାଇଁ ଚାହାଁନ୍ତି ତେବେ ରହସ୍ୟ ର ଏକ ମୁହାଁ ରାସ୍ତା ରେ ଆପଣଙ୍କୁ ସ୍ୱାଗତ l ନେଇଯିବି ଆପଣ ମାନଙ୍କୁ ତହୁଁ ବଡ଼ା ତହୁଁ ବଡ଼ା ରହସ୍ୟ ରୋମାଞ୍ଚ ଭରା ଏକ ଦୁନିଆ କୁ ଯୋଉଠି ଆପଣ ଭୁଲି ଯିବେ ଜୀବନ ଜଞ୍ଜାଳର ଝଡ଼ ଝଞ୍ଜା, ସେଇଠି ମଧ୍ୟ ଭୁଲି ଯିବେ ଅଫିସ ରେ ହେଉଥିବା ନିତି ଦିନିଆ ସମସ୍ୟା, ସେଇଠି ଭୁଲି ଯିବେ କେବେ ଆପଣଙ୍କର ମୁଣ୍ଡ ବିନ୍ଧୁଥିଲା କେବେ ଦେହ ଖରାପ ଥିଲା ଏବଂ କେବେ କାହା ସହ ଝଗଡା ହେଇଥିଲା ଇତ୍ୟାଦି ଅନେକ ଗୁରୁତ୍ୱହୀନ ପ୍ରସଙ୍ଗ ମାନଙ୍କୁ l ଆଖି ସାମ୍ନା ରେ ଥିବ ତ କେବଳ ରହସ୍ୟ l ଯେଉଁମାନେ ସସ୍ପେନ୍ସ ରେ ଆଗ୍ରହୀ ସେମାନଙ୍କ ପାଇଁ ଏଠି ଅଛି ଅସରନ୍ତି ସସ୍ପେନ୍ସ ଏବଂ ଟ୍ଵିଷ୍ଟ l ପଶ୍ଚିମା ପବ୍ଲିସର ଙ୍କ ଦ୍ୱାରା ପ୍ରକାଶିତ ମୋର ତୃତୀୟ ଗଳ୍ପ ସଂକଳନ ” ହାଉସ ହଜବ୍ୟାଣ୍ଡ ” ରେ ଆପଣଙ୍କୁ ଏକ ଭିନ୍ନ ଅନୁଭୂତି ପ୍ରଦାନ କରିବା ପାଇଁ ଆସୁଛି ମୁଁ l
