ପୁଓ ଜିଉଁତିଆ

ସଖାଲୁ ସଂଜ୍‌ ତକ୍‌ 

ନିହତ୍‌ ନିଚୁକ୍‌ ଭାବେ

ରହୁଥିଲା ନିର୍‌ଜଲା ଉପାସ୍‌ 

ମାଗୁଥିଲା ପୁଓ ଝି ଲାଗି

ଅଖେ ଅମର୍‌ ଆଏଁସ

ମା’ ତ

କରୁଥିଲା କେତେ ଉଷା ବର୍‌ତ। 

ଦଦା ଭାଏ ଲାଗି 

ତାର୍‌ କେତେ ଚିଂତା

ଭାଏ ଜିଉଁତିଆ ଉପାସ୍‌ କରି

ଶୁଭେସାଏତେ ରଖିଥିବୁ ହମେଶା ବଲି

ମାର୍‌ ଠାନେ କରୁଥିଲା ଅର୍‌ଦଲି

ଦୁର୍‌ଗା ମା ଠାନେ ମଂତ୍‌ରିଲା ଜିଇଁତା 

ପିନ୍ଧେଇ ଦେଉଥିଲା 

ଦଦା ଭାଏକେ ଫି ବଛର୍‌। 

ପହପହନୁ ବେଲ୍‌ବୁଡ଼ା ପତେ

ରହୁଥିଲା ଗୁଟେକଁଟେ

ଅଖିଆ ଅପିଆ 

ଆନିର୍‌ ବାନିର୍‌ ଫଲ୍‌ ମୂଲ୍‌

ଏକୁସ୍‌ ପର୍‌କାର୍‌

ଚଘେଇ କରି

ଗୁହାରୀ କରୁଥିଲା

ବଜର୍‌ କର୍‌ବାକେ ତାର୍‌ 

ସିଇଁତାର୍‌ ସେନ୍ଦୁର୍‌ 

ଆର୍‌ ହାତର୍‌ ଚୁରୀ। 

କିଏ ଜନେ ହେଲେ ତାର୍‌ଲାଗି

କରିଥିତେ ପୂଜାଟେ କି 

ବାଂଧିଥିତେ ଧଜାଟେ?

ତାର୍‌ ଭଲର୍‌ ଲାଗି

ତାର୍‌ ମଂଗଲ୍‌ ଲାଗି

ବାନ୍ଧିଥିତେ ସୂତାଧାଗେ

ବଏଲେ ଆଏଁସ ଟିକେ ପାଇଥିତା

ଆଏଜ୍‌ ସେ ବି ଥିତା

କରୁଥିତା ପୁଓ ଜିଉଁତିଆ 

ମୋର୍‌ ଲେଖେଁ ଅଲାର୍‌ ଲାଗି। 

କ୍ଷେତ୍ରମଣି ବିଭାର

ସମ୍ବଲପୁର 

Leave a Reply

Your email address will not be published. Required fields are marked *