ବାପା !
ଆଜି କ’ଣ ଜାଣିଛ ?
ଆଜି ପିତୃ ଦିବସ ବାପା !
ଆଜି ତୁମର ଦିବସ ।
କିନ୍ତୁ କ’ଣ କରିବି ବାପା !
ତୁମର ଦିବସ ଯେ ?
ତୁମକୁ ଟିକିଏ ଶୁଭେଚ୍ଛା ବି ତ
ଜଣେଇ ପାରିଲି ନି ।
କେବଳ ଦିନସାରା ୱ୍ଆଟ୍ସ୍ ଆପ୍
ଏବଂ ଫେସ୍ବୁକ୍ ହିଁ ଦେଖୁଥିଲି ।
ସେଠି ସମସ୍ତଙ୍କ ଷ୍ଟେଟସ୍ ଏବଂ
ପୋଷ୍ଟରେ କେଵଳ ଥିଲେ ବାପା।
ତାଙ୍କରି ବାପା ଏବଂ ସେମାନେ,
ସମସ୍ତ ସାଙ୍ଗ-ସାଥୀ , ଭାଇ-ଭଉଣୀ ।
ସମସ୍ତେ ନିଜ ବାପା ସହ ଫୋଟୋ ନେଇ ,
ହେପ୍ପି ଫାଦର୍ସ ଡେ ଲେଖି ଛାଡ଼ିଥିଲେ ।
ସମସ୍ତ ଭାଇ-ବନ୍ଧୁ ଙ୍କ ସହ ତାଙ୍କ ବାପା
ଙ୍କ ଫୋଟୋ ଦେଖି ଆଖି ଭରିଗଲା ଲୋତକରେ ।
ମୁଁ ତାହା ଦେଖି ଦେଖି ଫେରିଗଲି ସେ ଦିନକୁ,
ଯେଉଁଦିନ ତୁମେ ଥିଲ ବାପା ! ମୋ ସାଥିରେ ।
ଯେଉଁଦିନ ଜଣା ନ ଥିଲା ମୋତେ
ପିତୃ ଦିବସ କ’ଣ ବୋଲି ।
କିନ୍ତୁ ଆଜି ବହୁତ୍ ମନେ ପଡ଼ୁଛି ବାପା,
ତୁମ କଥା ସବୁ , ତୁମ ଭଲ ପାଇବା ।
ଆଜି ତମେ ଥାନ୍ତ ଯଦି, ବର୍ଷ ସାରା
ତୁମଠୁ ହିଁ ପଇସା ନେଇଥାନ୍ତି।
ଆଜି ତମେ ଥାନ୍ତ ଯଦି, ସେଇ ପଇସାରୁ
ଆଣିଥାନ୍ତି ତୁମ ପାଇଁ ପେଣ୍ଟ ସାର୍ଟ ।
ତୁମ ସହ ଯାଇ ତୁମରି ପାଇଁ ହିଁ,
ଆଣିଥାନ୍ତି ବାପା କେକ୍ ।
ଧୁମ୍ ଧାମ୍ରେ ପାଳନ କରିଥାନ୍ତି ମୁଁ,
ତୁମରି ଦିନକୁ, ପିତୃ ଦିବସକୁ ।
କିନ୍ତୁ ତାହା ସବୁ ରହିଗଲା ଭାବନା ହୋଇ,
ବାପା! ମନ ଭିତରେ ମୋର ।
ତୁମ ଫୋଟୋ ଦେଖି ଦେଖି ମନକୁ ମୋର
ବୁଝେଇ ଦେଲା ବାପା ଝିଅ ତୁମର ।
ତୁମକୁ ଯେତେ ଖୋଜିଲେ ବି ଆଉ
ପାଇ ହେବ ନାହିଁ ବୋଲି ।
ପାଇବି ଯଦି ସପନରେ ତୁମକୁ
କିଛି ମୁହୂର୍ତ୍ତକ ପାଇଁ ବାପା ।
ପ୍ରତ୍ୟକ୍ଷ ଭାବରେ ଆଉ କେବେ
ଭେଟ ହେବନି ତୁମ ସାଙ୍ଗରେ ।
ଅଥଚ ଏ ବୁଝେଇବା ଚେଷ୍ଟା ମୋର
ସବୁ ବିଫଳ ହେଲା ବାପା !
ମନକୁ ଯେତେ ବୁଝାଇଲେ ବି ପାରେନି
ବୁଝେଇ , ବହୁତ ମନେ ପଡ଼ ବାପା ତୁମେ ।
ବାପା! ତୁମ ପରି ଆଉ ନାହାନ୍ତି କେହି,
ତୁମେ ହିଁ ଥିଲ ମୋ ଆକାଶ ।
ନିର୍ଜନତାରେ, ଜନଗହଳି ଭିତରେ,
ତୁମେ ଖୁବ୍ ମନେ ପଡ଼ ବାପା ସବୁଠାରେ ।
କୌଣସି ଗହଳି ପୂରଣ କରିପାରେନି ,
ତୁମରି ସେ ସ୍ନେହଭରା ଶୂନ୍ୟତାକୁ ।
ତୁମ ଅଳିଅଳ ଝିଅ ପୂଜା ।।
ସାକ୍ଷୀ ଅଗ୍ରୱାଲ
ଝାରସୁଗୁଡ଼ା
Very nice 💖👍