ନିଜର୍ ପାଶେ ଯେତେ ଘର୍ କରିଥିସନ୍
ସଭେଯାକ ପାଶ୍ ପଡ୍ଶା,
ଭାଇ ଠାନୁ ବେଶି ସାହାଯ୍ୟ କର୍ସନ୍
କର୍ଲେ ତାହାକୁ ଭର୍ଷା ।(୧)
ଯେନ୍ କାମ୍ ଭାଇ କରିପାରେ ନାଇଁ,
ପାଶ୍-ପଡ୍ଶା କର୍ସନ୍
ତୁମର୍ ଘରେ କିଏ ମରିହଜି ଗଲେ
ମୁର୍ଦାର୍ ଘାଟ୍ ତକ୍ ଯାଏସନ୍ ।(୨)
ବେମାର୍-ସେମାର୍ ପଡ଼ିଗଲେ କିଏ,
ପାଶେ ଆସି ହେସନ୍ ଠିଆ,
ଦରକାର୍ ପଡ୍ଲେ ପଏସା ଟଁକା
ହେସନ୍ ଭି ଦିଆ ନିଆ ।(୩)
ବିହା ବର୍ପନ୍ ହେଲେ ଘରେ ତୁମର୍,
କରିଦେସନ୍ ସବୁକାମ୍,
ମଡୁଆ ମାରସନ୍ ,ଭୁଜି ଭି ରାନ୍ଧସନ୍,
ବଢାସନ୍ ତୁମର୍ ସମ୍ମାନ।(୪)
ବିପଦେ ଆପଦେ କୋର୍ଟ କଚେରୀ ନ,
ଠିଆ ହେସନ୍ ତୁମର୍ ପଛେ,
ଆନିଦେସନ୍ କେତେ ଶାଗ ଫଲ୍ ମୂଲ୍
ଯାହା ଥିସି ତାଁକର୍ ଗଛେ ।(୫)
କିଏ କହୁଥିସି ମାଉସୀ ପିଉସୀ
କିଏ କହେ ବବା ବଡି,
କିଏ କହୁଥିସି ସଂଗ।ତ ମକର,
ଆଉ କିଏ କକା ଖୁଡୀ ।(୬)
ନିଜର୍ ନିହେଲେ ଭି,ନିଜର୍ ଠାନୁ ବଡ୍
ଆଅନ୍ ଆଖର୍ ପାଖର୍ ଲୁକେ,
ନିଜର୍ ଠାନୁ ବେଶୀ ମାନ୍ବ ତାଁହାକୁ
ପିଁଡେ ପରାନ୍ ଥିବା ଯାକେ ।(୭)