ପାରିବ କି ସମୟ ?
ଫେରେଇ ଦେଇ ମୋତେ
ମୋର ସେହି ପିଲାବେଳ,
ସାଙ୍ଗ ସାଥି ମେଳେ ଖେଳୁଥିବା ମୁହିଁ
ଆଉ ମୋର ଧୂଳିଖେଳ ।।
ଫେରି ଦେଖିବି ମୋ ଗାଁକୁ ପୁଣି
ଖୋଜିବାକୁ ମୋ ଭୁଲା ମନ,
ନିର୍ମଳ ଆକାଶ ତଳେ ଆଈମା କାହାଣୀ
ଶୁଣିବାକୁ ସବୁଦିନ ।।
ହେ! ସମୟ ଆଣି ଦିଅ ମୋତେ
ଅତୀତର ସବୁ ଆଶା ଅସୁମାରୀ,
ଜୀଇଁବି ସେଇ ସ୍ମୃତିକୁ ସାଉଣ୍ଟି
ଓଠରେ ମୋର ହସକୁ ଧରି ।।
ମୋ ଗାଁ ମନ୍ଦିର ଭାରି ସୁନ୍ଦର
ତୁଳନାରେ କିଏ ସରି ??
ନିର୍ମଳ ପବନେ ଉଡେ ପ୍ରଭୁବାନା
ଜୟ ଶ୍ରୀହନୁମାନ ନାମ ଧରି ।।
ସେ ମନ୍ଦିରେ ମିଳେ ସରଗ ସୁଖ
ତେଣୁ ଭକତ ଭିଢ ବଢେ ନିତି
ସଞ୍ଜରୁ ସକାଳ ମୋ ପିଲା ବେଳ
ସେ ସ୍ଥାନେ ଯାଉଥିଲା ବିତି ।।
କେବେ ମନ୍ଦିରରୁ ଫେରି ଯାଉଥିଲି
ଭାଈ ବନ୍ଧୁଙ୍କ ସହ ଗୋରୁ ଚରାଇ
ଆଜି ଭାରି ମନେ ପଡେ ସେ କଥା
ହେ ସମୟ ସେ ଦିନକୁ ଦିଅ ଫେରେଇ ।।
ଶସ୍ଯସାମଳା ଗାଁ ଯେ ମୋହର
ନାନାଦି ଚାଷରେ ଭରପୂର
ଦୂର ଦେଶ ଯାଏଁ ପରିଚିତ ସେ
ଡାକରେ ନାମ ଟିକରପଡା ତା’ର ।।
ସ୍ନାନ ପାଇଁ ଯାଉଥିଲି ଯେଉଁଠି
ପୂର୍ବଦିଗେ ସେ ମାଛ କାନ୍ଦଣା ନଈ
ଅସରନ୍ତି ଝରର ଝରଣୀ ବୋହେ
କୁଳୁ କୁଳୁ ନାଦେ ଗୀତ ଗାଇ ।।
ଇଚ୍ଛା ମୋର ପୁଣିଥରେ
ଗାଧେଇବାକୁ ସେହିଠାରେ
ସେ ଅମୃତେ ଭିଜିଲେ ମୋ ତନୁ
ଧନ୍ଯ ହୋଇଯିବ ଏଇ ବାରେ ।।
ହଜି ଯାଇଛି ମୋର ଶୁପ୍ତ ଭାବନା
ସମୟ ସ୍ରୋତରେ ଭାସି
ପୁନଃ ସଂଯୋଗ ସେ ସ୍ବପ୍ନର
ଫେରେଇ ଦିଅ ଥରେ ଆସି ।
ପାରିଲେ ଫେରେଇ ରହିବି ଆଶ୍ରୟୀ
କହିବି ସଭିଙ୍କୁ ନିର୍ଦ୍ଦୟ ନୁହଁ ତମେ,
ପାଇଲେ ପରଶ ତୁମରି ଛୁଆଁର
ଗୁଣଗାନ ତବ ଗାଉଥିବି ଅନୁକ୍ରମେ ।।