ପାଥେୟ

ଯାଉ ପଛେ ପ୍ରାଣ ନ୍ୟାୟ ପାଦତଳେ ପଢ଼ିବି ନାହିଁ ମୁଁ ଅନ୍ୟାୟ କବଳେ।

ଆସୁ ପଛେ ଯେତେ ତେତେ ବଜ୍ରାଘାତ ତଥାପି ବାଛିବି ମୁଁ ମୋହର ପଥ।

ଯେଉଁ ପଥେ ଭରା ସତ ଆଉ ନ୍ୟାୟ ସେହି ପଥେ ଏକା ହେବି ମୁଁ ପାଥେୟ ।

ବିଳାସ ବ୍ୟସନ ଲୋଡ଼ା ନାହିଁ ମୋର

ସେ ସବୁ କେବଳ କ୍ଷଣିକ ମାତର ।

ଜାଣୁ ଜାଣୁ ତାହା ଅର୍ଜିବି କାହିଁକି

ମାନବ କି ଜନ୍ମେ ବିଳାସ ପାଇଁକି !

ପର ଉପକାର ଗରିବର ଦୁଃଖେ ଦୁଃଖରେ ଜୀବନ ବିତିଯାଉ ସୁଖେ।

ନ କରୁ ଏ ମନ କାହା ସଙ୍ଗେ ଗୋଳ ଦ୍ବନ୍ଦେ ନ ପଡ଼ଣୁ ବୁଡ଼ି ଯାଉ ବେଳ।

ଦିଅ ଭଗବାନ ଦିଅ ହେ ଆଶିଷ ମଣିଷ ପରି ମୁଁ ହେବାକୁ ମଣିଷ ।

ଯିବା ପାଇଁ ଅଛି ପଥ ବହୁ ଦୂର

ଯେ ପଥ ପାଇଁକି ହୁଏ ଅଗ୍ରସର ।

କାମ କ୍ରୋଧ ଲୋଭ ହେଉ ମୋ ବଇରୀ ନ କରୁ ଏ ଅଙ୍ଗ ଅନିଷ୍ଟ କାହାରି ।

କାହାରି ଅନ୍ତଃରେ ନ ଭରିବି ଦୁଃଖ ରଖିବି ମୋ ଦେଶ ମୋ ଜାତିର ଟେକ।

ଦରକାର ନାହିଁ ଧନ କୋଠା ବାଡ଼ି ଚାହେଁ ନା ଯିବାକୁ ଆକାଶରେ ଉଡ଼ି।

ଲୋଡ଼ା ନାହିଁ ଡାଲି ଅରୁଆ ଚାଉଳ

ଲୋଡ଼ୁଛି କେବଳ ଶାଗ ଓ ପଖାଳ।

ଦାମିକା କପଡ଼ା ନାହିଁ ଦରକାର

ଲୋଡ଼େ କନାଖଣ୍ଡେ ମାଟିଘଟ ମୋର।

ପାପପଥେ ପାଦ ନ କରୁ ମୋ ସ୍ପର୍ଶ

ପୁଣ୍ୟ କାର୍ଯ୍ୟ ହସ୍ତ ନୋହୁ ମୋ ଅବଶ।

କଣ୍ଠ ଶୁଣୁ ସଦା ମହତର ବାଣୀ

ଝରୁ ଥାଉ ମୁଖୁ ସଦା ସତ୍ ବାଣୀ।

ସତ୍ ଦୃଶ୍ୟ ଚକ୍ଷୁ ଥାଉ ନିରନ୍ତର

ମାଗୁଣି ମୋ ପ୍ରଭୁ ଏତିକି ମାତର।

ଯୋଗୀ ଗଣେଶ୍ୱର

ହଂସପାଳ, ଭୁବନେଶ୍ଵର

ମୋ-୯୬୬୮୬୩୧୨୫୭

Leave a Reply

Your email address will not be published. Required fields are marked *