ପଶ୍ଚିମ ଓଡ଼ିଶାର ବଡଖା ତିହାର
ଆମର ଗୋ ନୂଆଁଖାଇ
ଯେନ୍ ଠାନେ ଥିଲେ ଭାଇ ଭାଇ
ସବୁ ଘର୍ କେ ଆଏସନ୍ ଧାଇଁ ।
ଜାତି ଜାତି ଦରବ ସଙ୍ଗେ
ପିଠା ପନା ଲେଥା ଖିରି
ଦେଖି ଦେଲେ ଟିକେ ମନ୍ ଭରିକରି
ପେଟ୍ ଯାଉଥିସି ପୁରି।
ଲିପା ପୁଛା ହେଇକରି ଘର୍ ଦୂଆର୍ ସବୁ
ଲଗୁଥିସି ନୂଆ ନୂଆ
ନୂଆଁ କୁର୍ତ୍ତା ପିନ୍ଧି ନୂଆଁ ଖାଇମି ବୁଲି
ମନ୍ ହେଉଥିସି ଛାନିଆ ।
ଇଷ୍ଟ ଦେବୀ ଆମର ପୂଜା ପାଏସନ୍
ଭୋଗ ଲଗସି ଖିରି ନଡ଼ିଆ
ସବୁ ପୂଜା ପାଠ ସlରି
ନୂଆଁ ଖାଇ କରି
ବଡ ମlନକୁ ମାର ସୁ ମୁଡିଆ ।
ଇ ରକମ୍ ଭାବ ଥାଇ ସବୁ ବେଲେ
ସଭେ ଥିମା ଆମେ ଏକାନେ
ଯେତେ ଦୁରେ ଯିଏ ଥିଲେ ବି
ମନ୍ ଆମର ରହୁ ଏକ ଠା ନେ ।
ଆସୁ ଯେତେ ବିପଦ ଆପଦ୍
ସାହା ହେବୁ ତୁଇ ଅlଘେ ଥାଇକିରି
ଏତକି ମିନତି କରୁଛେ ଗୋ ମା
ତୋର ପନତ ତଲେ ରଖିଥିବୁ ଢାପିକରି।