ନାଲ୍ ଟହ ଟହ ଡଉଲ ଡାଉଲ
ସତେ ସରଗ ନୁ ଅପସରୀ
କେନ୍ ଦେବତା ଅଭିଶାପ ବଲେ
ହେଇଛେ ପଲସା ସୁନ୍ଦରୀ
ବାଟେ ଘାଟେ ଯେନେ ଦେଖ
ପଡ଼ିଚେ ଲାଲ୍ ଗାଲିଚା
ବାସ୍ ଗନ୍ଧ୍ ନାଇ ସିନା ତାର
ହୃଦୟ ଟା ଫରଛା
ବଉଲିଆ ଧୁକା ହଲେଇ ଦେଉଛେ ତାର ସୁନ୍ଦର ନାକ୍
ଗୀତ ଗାଇ କି ନାଚୁଛେ ସେ ହସ ଟା ବି ତାର୍ ଖାସ୍
ଧରତି ମା ଲାଲ୍ ପାଟ ସତେ
ପିନ୍ଧିଚେ ତାର୍ ଲାଗି
ମା ମଙ୍ଗଳା ଟାକି ଥିସନ୍
ପୂଜା ପାଇବାର୍ ଲାଗି
କାହିଁ କେତେ କବି ମନ୍ ଦେଇସନ୍
ପଲସା ସୁନ୍ଦରୀ କେ ଆମର
ତାର ଖୁସି ଟା ତ ସମକର ଆଶା
ତାକେ ସଭେ କରସନ୍ ନିଜର
ଫଗୁନ୍ ଆଇଲେ ପାଦ୍ ଚିପି ଚିପି
ଆଇସି ପଲସା ରାଣୀ
ସମକର୍ ସାଙ୍ଗେ ଭାବ୍ ଡୁରି
ବାନ୍ଧି ହସୁଥିସି ମୂଲ୍ କିନି