ଝର୍କା ବନ୍ଦ୍ କରି ରଖ
ଯେତେ ସବୁ ଅନାବନା କୋଳାହଳ ଥମିଯାଉ
ଗୁଳି ଗୁଳା ବନ୍ଧୁକ ର ଗନ୍ଧ କମିଯାଉ
କାନ
ଆଖି
ପାଟି
ସବୁ ବନ୍ଦ୍ କରି ରଖ
ମୁଁ କହୁନି ତମେ ‘ଗାନ୍ଧୀ’ ପାଲଟି ଯାଅ
ଏଠି ‘ନାଥୁରାମ୍’ ବି ତ୍ରାହି ପାଏ ନାହିଁ
ତମକୁ ବା ପଚାରେ କିଏ
କେତେବେଳେ ଟଳି ପଡ଼ିବ
କିଏ ବା କହିବ
କେବଳ ବୁଝିବାକୁ ଚେଷ୍ଟା କର
ସନ୍ତ୍ରାସ ର ଶାଖା ପ୍ରଶାଖା ରେ
ବର ଓହୋଳ ପରି ଝୁଲୁଛି
ତମ ଜୀବନ ନାଟିକା
ଝର୍କା ବନ୍ଦ୍ କରି ରଖ
ବହି ଆସି ପାରେ ଅଣଚାଶ
କାହାକୁ ବା କରିବ ଭରସା
ଭୂ’ ରୁ ଭୂମା ଯାଏ ଲମ୍ପଟିଆ ଙ୍କର ବାସ
ଜିଇଁବାକୁ ମିଳେନାହିଁ କେବେ
ସବୁଜ ସଙ୍କେତ
ଭୟର ଆତଙ୍କ ରେ ମଣିଷ
ବାରମ୍ବାର ହୁଏ ପରାହତ ।