ପ୍ରତି ଦିନ କହୁଛୁ ଆମେ
ନ୍ୟାୟ ନ୍ୟାୟ ନ୍ୟାୟ
ଆମକୁ ନ୍ୟାୟ ଦରକାର
ନ୍ୟାୟ ଆମର ଅଧିକାର
ଏହି ନ୍ୟାୟ ର ସ୍ୱର ପ୍ରତି ଦିନ ଗୁଞ୍ଜିରତ ହଉଚି
କିଏ ଦବ ନାରୀ କୁ ନ୍ୟାୟ ।
କିଏ ହେବ ତା ସାହା ।
କେଉଁଠି ରହିବ ସୁରକ୍ଷିତ ନାରୀ ଟେ
କିଏ କରିବା ତା ରକ୍ଷା ।
ବନ୍ଧୁ ପରିଜନ ହଉ କି ହଉ କାର୍ଯ୍ୟ କ୍ଷେତ୍ର
ସବୁଠି ରହୁଛି ଭୟ ,
ପୁରୁଷ ଉପରେ ଭରସା ପାଉନି ।
ମନ ହୁଏ ଅଥୟ ।
ମଣିଷ ସାଜୁଛି ଭକ୍ଷକ ଯୋଉଠି
କୁକୁର କରୁଚି ରକ୍ଷା
ପଶୁ ଠୁ ବି ହିନ ସାଜୁଛି ମଣିଷ
ଥିଲେ କି ହେବ ପାଖରେ ଶିକ୍ଷା ।
ଶେଷରେ ଏତିକି କହିବି ,
ନ୍ୟାୟ ର ହଉ ଜାଗରଣ
ଅପରାଧୀ ପାଉ ଦଣ୍ଡ
ନାରୀ ଜଉଥିରେ ସୁରକ୍ଷିତ
ତା ପାଇଁ ପଦକ୍ଷେପ ନେଉ ଜଗତ।