ନୂଆ ଭୂଆସେନ୍

ଦେଖୁନ୍ ଦେଖୁନ୍ ଉତ୍ ରି ଗଲାନ 
ଦେହେନୁ କୁଆଁରୀ ପାଏନ୍
ଯେଭୁଁ ସୁନାଗୁରି ହଲ୍ ଦୀ ମାଖିଛେ 
ମୁହୁଁଟା ଦିଶୁଛେ ଅଏନ୍
ଛାଡି ଗାଆଁ ମାଏଟ୍ ସାଗଂର୍ ଜୁଲି 
ମାଆଁ ବୁଆ ଭାଏ ବୁହେନ୍
କେଲ୍ ଥିଲା ସୁରୁ ନନୀ ବଲିଁଯିଏ
ଆଏଜ୍ ସିଏ ଭୁଆସେନ୍ 
ଗୁତର୍ ବରଗ୍  ବଦ୍ ଲି ଏଥର
ଠିକାନା ହେବା ତାର୍ ନୂଆଁ
ଜୁନ୍ ହା ଟା ସବୁ ମୁନାଥିଁ ରହେବା 
ନୂଆଁ ପାଠର୍ ଖଡି ଛୁଆଁ
ଶାଶ୍ କେ ଡାକ୍ ବା ମାଆଁ ମାଆଁ ବଲିଁ
ବୁଆ ତ ବନ୍ ବା ଶଶୁର୍
ବରର୍ ବଡ୍ ଖା ଚାଲିଗଲେ ପାଖୁଁ 
ସେଠାନୁଁ ରଁଚେଁଗା ଖଁସୁର୍
ସଁସାର୍ ଗୁଡାଥିଁ ବାନ୍ଧି ତ ହେଲେ ନ
ଇ ଶୁଆ ଶାରୀ ଦୁହି ଜନ 
ପାହାଟା ପଡିଛେ ଧର୍ ତୀ ଉପୁରେଁ 
ଆକାଶେଁ ଉଡେ ତାର୍ ମନ ।।

ସୁହଂସ ଭୋଇ 
ପହଣ୍ଡି, ବରଗଡ଼

Leave a Reply

Your email address will not be published. Required fields are marked *