ନୂଆଁଖାଇ,
ଭାବ୍ ସର୍ସର୍ ଚାର୍ହିକୁତି ଗୁଟେ ଉଛବର୍
କିଏ ମୋର୍ ନିଜର୍ କିଏ ଆଏ ଇନ ପର୍
ମୁଡ଼ିଆ ମାରୁଛେଁ ସମ୍କୁ ମୁଇଁ
ଛିନ୍ବ ଜୁହାର୍ , ସାନ୍ ମାନ୍ଙ୍କୁ ଦେବ ଆଦର୍
ଏ ଦଦା, ଲେତାଗୁତାର୍ ଆଏ ଇ ସଁସାର୍
ମତେ ପର୍ ନଇଁ ଭାବବୁ ତୁଇ ।। (ଗଦ୍ୟ)
(ପଦ୍ୟ)
ନୂଆଁଖାଇ ଆସିଛେ, ହୁରୁଦ୍ ମୁଲୁର୍ ମୁଲୁର୍ ହସୁଛେ
ଏ ଦଦା କାଣା ଭାବୁଛୁ ଆର୍ ତୁଇ -୨
ଘର୍ ଲିପାପୁଛା ହେଲାନ, ଧାନ୍ ବତର୍ ହେଇ କେଁଡା ଧର୍ଲାନ
ସବୁ ଦୁଃଖ୍ କେ, ମାଟୁ ନ ଦେ ଗା ତୁଇ ଥୁଇ-୨
ହସି ଖେଲିକରି, ହାତ୍ ଧରିକରି ଆ ମନାମାଁ ନୂଆଁଖାଇ -୨
ଗୁଡୁ, ବାଗ୍ଡ଼ି, ପୁଚି, ଛିଲୋଲାଇ
ଭେଟ୍ଘାଟ୍ ହେମା, ନୂଆଁ ଅରନ୍ ଖାଇ
ବରଷ୍ ଯାକର୍ ମାନ୍ ଅଭିମାନ୍କେ ଦେ ଭୁଲେଇ
ଦେଖ୍ ତ , ଏ ଦଦା ଦେଖ୍ ତ
ବିଦେଶ ନୁ ଆଏଲେନ କେତେ ଦଦା ଭାଇ
କାଏଁ ଯେ ମୁହୁଁକେ ରଖିଛୁ ଫୁଲେଇ
ହସି ଖେଲିକରି, ହାତ୍ ଧରିକରି ଆ ମନାମାଁ ନୂଆଁଖାଇ -୨
ଚଲନ୍ ବଦଲିଛେ ଇନୁ ସଁସାରର୍
ଘାଏକେ ସବୁ କରି ଦେଉଛନ୍ ପର୍
ଭୁଲି ଯାଉଛନ୍ ମାଁ ମାଏଟ୍କେ
ବୁଆ ସୁମ୍ରୁଛେ, ଘର୍ ସୁମ୍ରୁଛେ
ପରାପାଟ୍ ଇ ଡଙ୍ଗର୍ ଟାକିଛେ
ନୁରି ହେଉଛେ ତତେ
ନୁରି ହେଉଛେ ତତେ
କେବେ ଆଏବୁରେ ତୁଇ, ବୁହୁଛେ ଆଁଖଲ୍ ସର୍ ସର୍
କିଏ ଆଏଲା କିଏ ନାଇଁ ଆଏଲା
ହେଜି ହେଜି ଦିନ୍ ତ ସର୍ଲା
କେନ୍ତେହି ଭାବିନେଲୁ ତୁଇ ମତେ ପର୍
ପିଠିଆ ନାଇଁ ହେଲେ ଭିଲ୍, ଇ ଗାଁ, ଇ ମାଟି
ଇନର୍ ପାଏନ୍ ପବନ୍, ମୁଇଁ ଆଏଁ ତୋର୍ ନିଜର୍
ଭୁଲି ନାଇଁ ଯା, ଟିକେ ରହିଯା
ପୋ ନାଇ ହେଲେ କାଣା ହେଲା,
ଆସିଛନ୍ ତୋର୍ ଗାଁର୍ ଦଦା ଭାଇ
ହସି ଖେଲିକରି, ହାତ୍ ଧରିକରି ଆ ମନାମାଁ ନୂଆଁଖାଇ -୨
