ନୂଆଁଖାଇ ପରବ ପାଲନ କରବାରଟା ଆଧ୍ୟାତ୍ମିକ ,ପାରମ୍ପାରିକ ,ସାମାଜିକ ଭାବଧାରାର ଗୁଟେ ସମନ୍ନିତ ପରିପ୍ରକାଶ ଆଏ ।କେନ ପୁରାତନ ସମିଆନୂ ଚଲି ଆସୁଥିବା ଆମ୍ହର ପରମ୍ପରା କହୁଛେ ଘରର ବାଏର ବଗିଚା କି ଖେତ ଖଲାନେ ଫଲଟେ ଫଲଲେ ଫୁଲଟେ ଫୁଟଲେ ପହେଲା ତାକେ ମାତୃଶକ୍ତି ନ ଅରପନ୍ କରାହେସି , ନାଇଁହେଲେ ମୁନୁଷ ର ମନ ଟା ନାଇଁବୁଝେ । ନୂଆଁଖାଇ କୃଷିଭିତ୍ତିକ ପରବ ହେଇଥିବାର ଲାଗି ଚାଷଜମି ନେ ଚାଷୀ ଲଗନଅନସାରେ ତାର ଖେତେ ଗୁରସ ଢାଲୀ ,ଫୁଲ ସେନ୍ଦୁର ଦେଇ ମାଟି ମା ର ପୂଜା କରସି । ଖେତେ ଫଲିଥିବା ପହେଲା ଧାନର ନୂଆଁ ଚାଉଲ ଘରର ଇଷ୍ଟଦେବାଦେବୀଙ୍କର ନେ ଭୋଗ ଲଗାଲା ଉତରୁ ସଭେ ମିଲିମିଶି ନୁଆଁ ଖାଏସନ ।ଘ ରର ବଡ଼ଲୋକ ପୂଜାପାଠ କରି କରି ଭୋଗ ଲଗାଲା ଉତରୁ ସଭେ ମିଲିମିଶି କରି ଖାଇ ବସସନ୍ । ଇନ ବଡ଼କେ ବଡ଼ ର ସନମାନ ଦେବାର ସହିତ ସାନ ମାନକୁ ବଡ଼ଲୁକେ କେଡେ ଶରଧାଥି ଆଶୀର୍ବାଦ ଦେସନ । କଥା ଅଛେ ‘ ଜୀଇଁ ଜାଗି ଥିଲେ ଫେର ବରଷେ ” । ଇ ପରମ୍ପରା କେଡେ ମହାନ , ଇ ପରବ ଆମକୁ ଭାଇଚାରା ର ସନ୍ଦେଶ ଦେବାର ସହିତ କିଛି ନାଇଁ ହେଲେ ଘଲେ ଯେନତା ସଭେ ଭଲ ହେଇ କରି ରହେବେ, କମସେ କମ ମୁନୁଷ ମୁନୁଷ ଭିତରେ ଭଲ ଭାବ ତ ରହୁ । ମୁନୁଷ ସମାଜ କେ ଆଧୁନିକତା ଇନତାଢଙ୍ଗନେ ସମହିଁ ଆଉଛେ ଯେ ଭାବ ର କମି ଟା ଆତ୍ମାକେ ଦହଲେଇ ଦଉଛେ। ଇ ପରବ ଯେହେତୁ ପ୍ରକୃତି ଯେ ଆମ୍ହର ମା ତାର ସଙ୍ଗେ ବାନ୍ଧି ହେଇକରି ଅଛେ , ସେଥିର ଲାଗି ପହେଲା ଭାବର ସମ୍ମାନ ତାର ଉଦ୍ଦେଶ୍ୟନେ ଯାଉ। ତାର ଉତରୁ ମା ତୃଶକ୍ତି ସ୍ଵରୂପା ତ୍ରିଗୁଣ ଶକ୍ତି ର ଆଧାର ମା ସମଲେଶ୍ବରୀ,ପାଟଣେଶ୍ଵରୀ,ସୁରେଶ୍ଵରୀ,ମାଣିକେଶ୍ଵରୀ ଆଦିଙ୍କର ସହିତ ଗାଁ ଗାଁ ନ ପରାପରା ମାନକେ ପୂଜାପାଇ ଆସୁଥିବା ଗ୍ରାମଦେବୀ ମାନକୁ ” ନୂଆଁଖାଇ ” ମଉକା ନ ସୁରତାକରି ଆମ୍ହର ଯୁଡ଼ାହାତର ଜୁହାର ଆର ପଏରନ୍। ସାଧାରଣତଃ ନୂଆଁଖାଇ ସାଏଲା ଉତରୁ ସେ ଦିନର ଉପରବେଲାକେ ଗାଁ ନୁ ସହର ତକ ଯେନ୍ “ନୁଆଁଖାଇ ଭେଟଘାଟ ” କାର୍ଯ୍ୟକ୍ରମ ହଉଛେ ସେଟା ହଜିବସୁଥିବା ଆମ୍ହର ଅଞ୍ଚଲ ର ପାରମ୍ପରିକ ଲୋକକଳା,ଲୋକଗୀତ ,ଲୋକନାଚ ,ଖେ ଲକୁଦ୍ ସବୁକେ ସାମନାକେ ଆନିକରି ତାକେ ବଚାବାର ପ୍ରୟାସ ଜାରି ରଖଲେ ନୂଆଁଖାଇଭେଟ ର ଅସଲ ମଜା ଜହକରି ମିଲବା । ଆମ୍ହର ସଂସ୍କୃତି କେଡେ ମହାନ ତାକେ ପ୍ରମାଣିତ କରବାର ସହିତ କଲାକାର ମାନଙ୍କର ମନ୍,ଜୀବନ କାକର ଲାଗବା । ଇନତା ଫି ବଛର ‘ନୁଆଁଖାଇ” ଆସୁଥାଉ ସଦଭାବନା ଆର ଜଗତକଲ୍ୟାଣର ସନ୍ଦେଶ ଧରି । ସମକୁ ନୁଆଁଖାଇ ଜୁହାର ।