କଲାହାଁଣିର୍ ବହ ମୁଇଁ
ଭବାନୀପାଟନା ମୋର୍ ଘର
ଛତର୍ ଢାପି ରଖିଥା ମାଁ
କରୁଛେଁ ଜୁହାର।
ତୁଇ ଗୋ ମାଁ ଇଷ୍ଟଦେବୀ
କଲାହାଁଣିର୍ ଶିରୀ
ତୋର୍ ପାହା ତଲେ ଗୋ
ମାଁ କରୁଛେଁ ଗୁହାରି।
ବଛର୍ ଟାକର୍ ତିହାର୍ ଇଟା
ଆମର୍ ବଡ୍’ଖା ପରବ୍
ମିଶି ଘୁଲି ରହେମା ସଭେ
ସାନ୍ ହେଉ କି ବଡ୍
କର୍’ମା ସବକର୍ ଆଦର୍।
ପରବ୍ ଭିତ୍’ରେ ରଜା ଆଏ
ବଲି କହେସୁଁ ଶିଘା ତିହାର୍
ଜିଁ ଜାଗିଥିଲେ ଫେର୍ ଭେଟ୍
ପଡୁଥିମାଁ, ଚାଲୁଥିବା
ଭାବର୍ ଦିଆ ନିଆ।
ଭୁଲି ଯାଉଥିମାଁ ରାଗ୍ ଋଷା ସବୁ
ଠୋଲ୍ ହେଉଥିମାଁ ଗୁଟେ ଠାନେ
ସଭେ ମିଲିମିଶି ଚଲ୍’ମା ବଲି
କଥା ଦେମା ନୂଆଁଖାଇର୍ ଦିନେ।
କାଏଁ ରଜା ଆର୍ କାଏଁ ପର୍’ଜା
ସଭେ ଗୁଟେ ମାଁ ର୍ ଛୁଆ
ନୂଆଁଖାଇ ଖାଲି ପରମ୍ପରା ନୁହେଁ ସେ
ଇଟା ଆଏ ଆମର୍ କଲା ସଂସ୍କୃତି
ଜୀବନ୍ ଜୀବ୍’କା ଚାଲୁଥିବାର୍ ତକ୍
ଆମର୍ ଉପ୍’ରେ ରହୁ ମାଁ ସମଲେଇ ଆର୍
ସଂଗୀତା ମୋହନ ଗହିର
ଭବାନୀପାଟଣା
କଳାହାଣ୍ଡି