ନୂଆଁଖାଇ

ଏତେ ବଡ଼ ଇଷ୍ଟାଣ୍ଡରେ କିମିତି ପାଇମି
ସେଇ ଯୋଉ ନୂଆଖାଇ ବସ୍ ଟାକୁ
ଏ -ଏ ବାବୁ ଟିକେ କ’ତ
ନୂଆଖାଇ ବସ୍ କେ’ଟା
କିସ କହିଲୁ ଜାଣିନୁ…ହା
ନାତିଆ ଟା ଫି ସନ ଆସି ନେଇଯାଏ
ଓହୋ କି ଜାକଜମକ ସେ ନୂଆଖାଇ
ମନ ପୁରିଯିବ, ଆଖି ଝଲସିଯିବ
ଏତେ ସୁନ୍ଦରିଆ ଭେଟଘାଟ ଦେଖି
କାଇଁ ଏସନ କିଛି ଖୁଜଖବର ନାଇଁ
କିମିତି ଅଛି ନାତିଆଟା ଯେ
ଭାବିକି ଅନ୍ତ ଘାଣ୍ଟିଚକଟି ହଉଚି
ଟିକେ ଦେଖି ଆସନ୍ତି ଯାଇ…
ସମିତେ କହୁଛନ୍ତି ଯାଗା ନାଁ କହ
ସେ ତ ଫି ସନ କହେ
ଜେଜି ନୂଆଖାଇ ଦେଖିବୁ ଚାଲ୍..
ଆଉ କି ଯାଗା କି ସେଇଟା…!
ଏ ପୁଅ କହିଦେ କିମିତି ଯିମି
କ’ଣ…ସେଇ ଅଫିସରେ ବୁଝିମି
ହେ ଅଫସର ବାବୁ ନୂଆଖାଇ ବସ୍…
ହେ ଇମିତି ଦୁରଦୁର୍ ହଉଚ କେନେ… ଉଁ
ଏଇ ଯୋଉ କ’ଣ ତ…
ହଁ ହଁ ସମଲେଇ ମାଆ ମ ଅଛି ସେଠି
ହଉ ହଉ ସେଇ ବସ୍ ରେ ଯିମି
ଯେ’ଟା ଧୂଆଁ ଛାଡୁଛି…
ଏ କଣ୍ଡଟର ମୋତେ ସମ୍ଲେଇ ନେଇଯା ଟିକେ
କିସ କହିଲୁ ସିଟ୍ ନାହିଁ…ହେଁ
ଏ ମୁଁ ତଳେ ବସିମି
ଯା’ ପଇସା ନବୁ ଦେମି
ହେଇ ଦେଏଖେ ମୋ କନା ମୁଣିକୁ
ଧନି ସାହୁକୁ ଠୁଙ୍ଗା ବିକି ସାଇତିଚି
ପୁରା ତିନି କୋଡ଼ି ଦଶ…ନେ ସବୁ ନେ
ମୋତେ ଟିକେ ନୂଆଖାଇ ରେ ଛାଡ଼ିଦେ…
ଏ ପୁଅ ପେଲୁଚୁ କେନେ
ଆରେ ମୋ ନାତିଆଟା ତେଣେ…
ଏଇ…ଏ ପୁଅ
ମୋତେ ଟିକେ ନେଇଯା’ ନୂଆଖାଇ
ଏ ଏ ଏ ପୁଅ… ।।
ଜୁମର ନାଥ ପାତ୍ର
ବାଲେଶ୍ଵର
୬୩୭୦୨୯୮୪୪୦
୯୯୩୮୩୬୮୭୨୫

Leave a Reply

Your email address will not be published. Required fields are marked *