ଅଛରା ଅଛରା ବରଷା ପାନି ଖେତ ଖଲା ନ ଭରଲା ପାନି
ଉଷତ ହେଇ ଚାଷୀ ଭାଇ ସୁନାର ଫସଲ ଆନଲା ଦାଇ
ନୂଆ ଧାନ ଭୋଗ ଲଗେଇ ସମଲେଇ ମାଁ ର ଆଶିଷ ନେଇ
ମାନମା ଆମେ ନୂଆଁଖାଇ ଏକଜୁଟ ହେଇ ନାଚି ଗାଇ ।
ପଛିମ ଉଡ଼ିଶାର ସିଂଘା ପରବ ଭାବ,ପିରତିର ବନ୍ଧନ
ରାଗ , ରିଷମି ଭୁଲି କରି ଆମେ ଚିହ୍ନମା ସବକର ମନ୍
ନିଜେ ଖାଇ କରି ପରକେ ଖୁଆମା ଆମେ ନୂଆଁଖାଇ ଦିନ
ଧନ କମାଲେ କା’ଣା ହେବା ଆମେ କମାମା ସବକର ମନ୍ ।
ନୂଆଁଖାଇର ଭେଟଘାଟ ହେସି ଗାଁର ମଝା ଖୁଏଲ
ରସରକେଲି, ଡାଲଖାଇ ଥି ଉଡ଼ିଯାଏସି ଗାଁ ସାରା ଧୁଏଲ
ଢୋଲ,ନିଶାନ, ତାସା,ମହୁରୀ ପରେ ବଜା ଭିତରେ ଅସଲ
ପରବ ଭିତରେ ରଜା ପରବ ନୂଆଁଖାଇ ଆଏ ଅସଲ ।
ଝାର ଜଙ୍ଗଲ ନୁ ଗାଁ ବନଲା ଗାଁ ନୁ ବନଲା ସହର
ବଂଚେଇ ରଖମା ନୂଆଁଖାଇ ର ସଂସ୍କୃତି କେ ଆମର
ଘର,ଗାଁ ଆଉର ମନ୍ କେ ଆମର ରଖମା ସଫାସୁତର
ବେଲେ କାଏଁନ ଯଶ କମାବା ନୂଆଁଖାଇ ତିହାର ଆମର ।
ଅନନ୍ୟା ବେହେରା
ବଡ଼ବଜାର, ସମ୍ବଲପୁର