ନୂଆଁଖାଇର୍ ତିନଟା ଚିଠି

                   
ଚିଠି ନମ୍ବର ଏକ୍
ନୂଆଁଖାଇର୍ ଜୁହାର କରୁଛେ ଛିନବୁ ଦାଦା ମୋର 
ଇଥର ଆମେ ଆଉର ନାଇଁ
ଯାଉଁ ନ ଗାଆଁର୍ ଘର।
ତୁମେ ଜାଣିଛ ସହରେ ମୁଇଁ
ବନେଇଛେଁ ଗୁଟେ ଘର୍
ଘର ଛାଡ଼ି କରି ଗଲେ
ସଫା କରିଦେବା ସବୁ ଚୋର୍
ଇ ବଛର୍ ନୁ ଆମେ ସଭେ
ଇନୁ ନୂଆଁ ଦେମୁ ଖାଇ
ତୁମେ ସଭେ ଭି ଇ ବଛରୁ
ଗାଁ ନୁ ମନାବ ନୂଆଁଖାଇ।
ଚିଠି ନମ୍ବର ଦୁଇ
ବାପା ମୁଇଁ ଜୁହାର କରୁଛେ,
ମାଆଁ କେ ଭି ମୋର୍ ଜୁହାର ଦେବ
ନୂଆଁଖାଇ ଥି ଇଥର 
ଯାଇ ନାଇଁ ପାରୁ ମାଫ୍ କରି ଦେବ।
ତୁମର ବହ କହୁଛେ ଯେ
ମୁମ୍ବାଇ ନୁ କେତେ ଯିମା ଗାଆଁ
ଇନୁ ଆମେ ନୂଆଁ ଖାଇ ସମଲେଇ କେ ମାରିଦେମା ମୁଡିଆଁ ।
ଦିନକର ଲାଗି ଆମେ କେତେ
ଟଁକା ପଏସା ଖର୍ଚ୍ଚା କରମା
ଗାଁ କେ ଯାଇ ଆମର ଦିହିଁ ପା କେ
କାଁଏଯେ  ନସେଇ ଯିମା।
ଚିଠି ନମ୍ବର ତିନି
ବାପା ଆଉର୍ ମାଁ ତୁମର୍
ସାନ୍ ପୁଅର ଜୁହାର ଛିନବ
ମୁଇଁ ଇନୁ ଭଲ ଅଛେଁ
ତୁମେ ମାନେ ଭି ଭଲେଭଲେ ଥିବ
ଇଟା ମୋର ନୂଆ  ନଉକିରି
କେନ୍ତା ଯିମି କହ ଘରକେ?
କମ୍ପାନୀ ଛୁଟି ନାଇଁ ଦିଏ ନାଇଁ ହେଲେ ନଉକିରି କେ ବର୍ଷେ
ଇ ବଛର ନୂଆଁଖାଇ ସମିୟାଁ କେ
ନାଇଁ ଯାଇ ପାରେ ମୁଇଁ
ଆର ବଛର୍ ଫେରି ତୁମର ସାଙ୍ଗେ
ମାନମି ନୂଆଁଖାଇ ।
ଜୟକୃଷ୍ଣ ବେହେରା 
ବଡବଜାର, ସମ୍ବଲପୁର।
୯୬୬୮୦୯୭୫୯୯

Leave a Reply

Your email address will not be published. Required fields are marked *