ନୂଆଁଖାଇ

ଆସିଛେ ଦେଖ ନୂଆଁଖାଇ
ବାର ବଛର ର ଖୁସି ନେଇ,
ଘର ଦ୍ବାର ସବୁ ହେଲା ନ ସଫା
ଖାଏମା ବଳି ନୂଆଁଖାଇ ।।
ନୂଆଁ ଧାନର ନୂଆଁ ଚିରା
ଜୁହାର କରି ବୁଲମା ପରା କେ ପରା,
ପହେଲା ଭୋଗ୍ ମା ସମଲେଇ କେ ଚଢ଼ାମା
ଶାହା ହେବେ ଆମକୁ ଜୀଵନ ସାରା ।।
ଛୁଆଁ ପିଲା ଠାନୁ ବୁଢ଼ା ବୁଢ଼ୀ
ଯୁବା ଧଙ୍ଗରା କେ ଯୁବା ଧାଙ୍ଗରୀ,
ନୂଆଁ ନୂଆଁ କପଟା ପିନ୍ଧି ବୁଲବେ କିନ୍ଦ୍ରି
ରଙ୍ଗ ବି ରଙ୍ଗେ ସଜେଇ ହେଇ ସଭେ
ଉସତ୍ ହେଉ ଥିବା ଗାଁ ଟା ସାରା  ।।
ଜଙ୍ଗଲୁ ଆଁନମା କୁରେ ପତର
ନୂଆଁ ଧାନର ଚିରା କୁଣା ହେଇ ଥିବା ବତର,
କ୍ଷୀରି ପୁରୀ ସାଙ୍ଗେ ସୁଆଲି, ଅର୍ସା
ଭିନ୍ନ ଭିନ୍ନ ଦରବ୍ ଖାଈ ମନ କର୍ମା ପର୍ଚ୍ଛା  ।।
ଗାଁ ଛାଡି ଯେତେ ଦୁରେ ଥିମା
ନୂଆଁଖାଇ କେ ପହଁଚି ପଡମା,
ନୂଆଁଖାଇ ଆମର ମୁଖିଆ ପରବ୍
ପରିବାର ସାଙ୍ଗେ ମିଶି ଖାଏମା  ।।
ସିଆନ୍ ସୁଜନ, ଗୁରୁ ଜନ୍ କେ
ମୋର୍ ଗାଁ ର ପରାର ଲୋକ୍ ବାକ କେ
ସବକେ ମୋର୍ ନୂଆଁଖାଇ ଜୁହାର
ବଂଚିଥିଲେ ଆର୍ ବଛର କେ
ନୂଆଁ ଖାଏମା ମିଲି ମିଶି କରି ଆର୍ ।।

 ଲକ୍ଷ୍ମୀଧର ବିଭାର
ମାଳିଶିରା, ଟିଟିଲାଗଡ, ବଲାଙ୍ଗିର

Leave a Reply

Your email address will not be published. Required fields are marked *