ଦୁଃଖୁ ମୁଡେ ହାତ୍ ଦେଇ କରି ଆରୁ ଦୁଃଖୀ ଗାଲେ ହାତ ଦେଇ କିରି ବଇଛେ।ତିନ୍ ଦିନ୍ ହେଲାନ ଘରେ ଚୁଲ୍ହି ନାଇଁ ଜଲବାର୍।ଘରେ କାଣା ଅଛେ ଯେ ଚୁଲ୍ହି ଜାଲ୍ ବା। ଛୁଆ ଯୁଡାକ ଖାଇବାର୍ ଲାଗି ମାଗୁଛନ୍।ନାଇଁ ଦେଲେ କିରାଇ କିରି ଘର୍ ଦୁଆର୍ ଫଟାଇ ଦେଉଛନ୍। ତାକର୍ କନ୍ଦା ନାଇଁ ସମ୍ ଲାଇ ମାଖୁନୁର୍ ମାଁ ପଖାଲ୍ ଦିରା ଦେଲାଯେ ଖାଇ କିରି ତୁମ୍ ପରି ସୁଇଲେ। ସବୁ ଦିନେ ଆର୍ କିଏ ଦେବା…….??। ଛନେ ବେଲେ ସିନେ କିଏ ଦେବେ। ଦେଖୁନ୍ ଦେଖୁନ୍ ନୁଆଁ ଖାଇ ଭାଗି ଆଇଲା…….। ବଛର୍ ଯାକର୍ ଆମ୍ଭର୍ ଦୀଘା ତିହାର୍। ନୁଆଁ ନାଇଁ ଖାଇ କିରି ରହି ହେବା……..??।ଘରର୍ ଇଷ୍ଟ୍ ଦିଏ ଦେବ୍ ତା କେ ପାଏନ୍ ଧାରେ ହେଲେ ତ ରୁକ୍ ବା କେ ପଡ୍ ବା। ଯାହାର୍ ଅଛେ ଭଲ୍ ମନ୍ଦ୍ ପିଠା ପନା କରି ଖାଇବେ ।ଆମେ ସିନେ ବଡ୍ ଖା ମାନେ ଦାନ୍ତ୍ କାନ୍ ଚାବି ସର୍ ପଟି କିରି ରହିମୁ। ଆର୍ ଛୁଆ ଯୁଡାକ କାଣା ରହିବେ……??
ଇ ଘର୍ ସେ ଘର୍ ଦବଡ୍ ବେ। ଲୁକ୍ ଆରୁ ମାଏଝି ମାନେ ନାନା ରକମର୍ କଥା କହେବେ।ହେ ଯେନ୍ ଉର୍ କୁଲି ବୁଢି ହାତ୍ ଗୁଡ୍ ଚାର୍ ଟା ଧରି ଅଛେ। ତାର୍ ପୁଅ ନାଇଁ ଝି ନାଇଁ କି ଘଇତା ବି ନାଇଁ। ତାର୍ ମୁହୁଁ ଦେଖଲେ ଜଏ ନାଇଁ…….
ତାର ତୁର୍ ହା କେତେ। ମୋର ଛୁଆ କୁ ଦେଖି ବେଲ୍ ହୁ ନାଇଁ ସହେବାର୍। ତାର ଅାଁଖିର୍ କୁଟା ପାଦର୍ ଧୁଇଲ୍ କରିଛେ। ଦିନେ ମୋର୍ କୁକୁରା ଟା ତାର୍ ଘର କେ ଟିକେ ସମି ଗଲାଯେ ମାଁ ଗୋ ପନ୍ ତ ବିଛେଇ କିରି ଡେଗି ଡେଗି ମର୍ ଦୁହି ପୁଅକେ ସଁପି କିରି ଯାହା ପାର୍ ଲା ସିଝାଲା।ସହ୍ ରେ ଜୀବନ୍ ବଇଲି ଆରୁ ସାଙ୍ଗେ ସାଙ୍ଗେ ସେ କୁକୁରାକେ ବିକି ଦେଲି। ଇନେ ରହି କିରି ହିନିସ୍ତା ହେବାର୍ ନୁ ନୁଆଁ ଖାଇର୍ ଆଘର୍ ଦିନ୍ ସମଲପୁର୍ ପଲାମା। ବୁଝ୍ ଲୁ ଗୋ ଉକାଲୁର୍ ବୁଆ……??
ମାଏଝି ମାନେ ଘାଟେ କଥା ବାର୍ ତା ହେଉ ଥିଲେ ଯେନ୍ ମାନେ ଆମ୍ଭର୍ ଲେଖେନ୍ ଦୁଃଖୀ ଗରିବ୍ ଯେନ୍ ମାନକର୍ ନୁଆଁ ଖାଇବାର୍ ତାକତ୍ ନିନ ସେମାନେ ସେନେ ପରେ ମାଁ ସମଲାଇ ନେ ଲଗା ହେଇ ଥିବାର୍ ନୁଆଁ ଧାନର୍ ପରସାଦ୍
ଗୁଠ୍ ଲୁ ଗୁମା ହେଇ ଗୁଟେ ଠାନେ ବସି କିରି ପାଏ ସନ୍ ।ଆମ୍ଭେ ହେନ୍ ତା କର୍ ମା। ଆର୍ କାଣା ନୁଆଁ ନାଇଁ ଖାଉଁ……??
ସେ ଦିନେ ଆମର୍ ପଛିମ୍ ଉଡ୍ ଶାର୍ ସଭେ ନୁଆଁ ଖାଏ ବେ।ଆମ୍ଭେ ନାଇଁ ଖାଇ ରହେଲେ ସେନା ମେସ୍ ନା ନାଇଁ ହେଇ ଯିବା……..??
ଦିଏ ଦେବ୍ ତା ର୍ ଖୁନ୍ କପଟ୍ ନାଇଁ ପଡ୍ ବା………??
ମର ଯୁଡେ ଯୁଡେ ଛୁଆ ଅଛନ୍………..
ଯେନ୍ ତି ହେଲେ ଯାଉଁ ନୁଆଁ ଟିକେ ଚାବି କରି ପଲାଇ ଆଏମା…….
ଦୁଃଖୁ ବଏଲା କାଣା କରମା ଲୋ ଉକାଲୁ ର ମାଁ………??
ଆମର୍ କପାଲେ ତ ଦୁଃଖ୍ ଖାଲି ଲେଖା ହେଇଛେ……….
ମୋର ବୁଆ ମାଁ ମତେ ଜାନି କରି ଦୁଃଖୁ ବଲି ନାଁ ଦେଇଛନ୍……
ମର୍ ଆଗାଡେ କି ପଛାଡେ ଭାଏ ଟେ କି ବହେନ୍ ଟେ ଅଛେ ଯେ ହେଲା ନାଇଁ ହେଲା ବୁଝ୍ ବା………??
ଆମ୍ଭେ ନାଇଁ ଦେଖୁଚୁଁ ଯାହାର ଭାଏ ବହେନ୍ ଅଛନ୍ ଭାବ୍ ଅଭାବ୍ ଥି କେନ୍ ତା ଦିଆ ଅନା ହେଉଛନ୍………
ତୋର ହେଲେ କିଏ ଅଛେ……..??
ଭାଏ ଅଛେ କି ବହେନ୍ ଅଛେ, କି ବାପ୍ ମା ଅଛନ୍ ଯେ ଆମର୍ ଭାବ ଅଭାବ ବୁଝ୍ ବେ……..??
ଯେନ୍ ମାଏ ଝି ମାନକର୍ ବାପ୍ ଭାଏ ଅଛନ୍ ନୁଆଁ ଖାଇ ଆରୁ ଉନିଆଁ ପରବ୍ କେ ଯୁଗାର୍ ଭାର୍ ଆନ୍ ସନ୍। ସେ ଭାର୍ ଥି କପଡା ଲତାନୁ ଚାଉଲ୍ ଦାଏଲ୍ ତୁନ୍ ସାଗ୍ ସବୁ ଥିସି।
ହେଲେ ତୁଇ ଏକଲା କେ ମୁଇଁ ଏକଲା……….
ଆଣ୍ଟ୍ କୁରା କେ ଆଣ୍ଟ୍ କୁରୀ ଦଇବ ଦେଇଛେ ଭେଟ କରି ଲେଖେନ୍ ଆମ୍ କୁ ଚ ଦଇବ ଯୁଟେଇ ଛେ………
ଆଏଜ୍ ଖୁଜ୍ ଲେ କାହୁଁ ପାଏମା. ……… ??
ସେଟା ତ ଦଇବ ଆଘୁଁ କାଟି ଦେଇଛେ………
ହେଲେ ପଇସା ପତର୍ ରଖିଛୁ ଯେ ଯିମା……??
ହଁ କୁକୁରା ବିକା ପଇସା ଦୁଇ ଶ ଟଙ୍କା ଲୁକେଇ କିରି ରଖିଛେଁ…..
ଦୁଃଖୁର୍ ଗାଁ ହେଉଚେ ମୁହୁରିଆ ପାଲି………
ଗାଁନ ବେଶି ସେ ବେସି ହେଲେ ଚୁଲ୍ହି ଗନ୍ ତା ତିରିଶ ଘର ଅଛନ୍। ଗାଁ ର ଚାର୍ ହି ତରା ସାଗୁଆ ଗଛ୍ ପତର୍ ଘେରି କିରି ଅଛେ। ଧୁରୁ ଦେଖ୍ ଲେ ଇନେ ଗାଁ ଟେ ଅଛେ ବଲି କେହି ନାଇଁ କହି ପାରନ୍…………..
ଗାଁ କେ ଗଛ ପତର୍ ଢାପି କିରି ଅଛେ………
ବୈଶାଖ ମାସର୍ ଖରାରେ ଭିଲ୍ ଗାଁ ଟା ଖୁବ୍ ଶିତଲ୍ ଲାଗ୍ ସି……. ।ସେ ଗଛୁ ଥାଇକିରି ଚରେଇ ମାନେ ପାହାନ୍ତିଆ ନୁ ଚେଁ ଚାଁ କେର୍ କାର୍ ହେଇ କିରି ସତେ ଜେନ୍ ତା ଗାଁ ବାଲାକୁ ଝୁମ୍ ରା ନୁ ଉଠାଉ ଛନ୍। ରଜା ଅମଲୁ ଗାଁର ନାଁ ଅଛେ। ସନପୁର ରଜା ତିହାର ପରବ୍ କେ ଢୋଲ୍ ,ବଜା, ଶଂଖ୍ ମୁହୁରୀ ବଜାସନ୍ ସେ ମୁହୁରୀ ବଜାବାର୍ ଲୁକ୍ ର ଘର୍ ଟା ଇ ଗାଁ ନ। ତାର ନାଁ ଥି ଗାଁର ନାଁ ରଜା ରଖିଛନ୍ ମୁହୁରିଆ ପାଲି ବୋଲି। କହେସନ୍ ସେ ମୁହୁରିଆ ଗୁଟେ ସୁର୍ ରେ ମୁହୁରିଆ ପାଲି ରୁ ପାଦେ ଚାଲ୍ ତେ ମୁହୁରୀ ଫୁକି ଫୁକି କେନ୍ ସି ନେ ବନ୍ଦ୍ ନାଇଁ କିରି ସନପୁର୍ ରାଜାର ଦର୍ ବାର୍ କେ ଯାଇ ଥିଲା ଯେ ସେଥିର ଲାଗି ରଜା ତାର ମୁଡେ ଲାଟ ଭିଡି ଥିଲେ। ସେଟା ଆଏଜ୍ ଇ ଇଲାକାର୍ କଥାନି ହେଇଛେ। ସେ ରଜା ନାଇଁନ। ସେ ମୁହୁରିଆ ଭିଲ୍ ନିନ। ହେଲେ ସେ ମୁହୁରି ଟା ଇ ଗାଁର ଆଏଜ୍ ଇଷ୍ଟ ଦେବୀ ହେଇ ପୂଜା ପାଉଛେ।ଆଏଜ୍ ବି ଇ ମୁହୁରି ନାଇ ବଜାଲେ ମାଇଶିରି ପୂଜା ନାଇଁ ହୁଏ।
ସନପୁରର ବଏଲ୍ ଯାତରା ଥି ଚେପ୍ ଟା ଢୁଲ ନାଇଁ ବଜାଲେ ଯେନ୍ ତା ବଏଲ୍ ନାଇଁ ଲାଗେ। ଆର୍ ଚେପଟା ଢୁଲ୍ ଥି ଯେନ୍ ତା ଦେବୀ ରହେସି। ସେନ୍ ତା ଇ ମୁହୁରୀ ଥି ନାରାଣୀ ଦେବୀ ରହେସି। କହେସନ୍ ଅଶିନ୍ ମାସ୍ ତାର୍ ତିହାର୍ ପରବ୍ ଦିନ୍ ଥି ରାଏତ୍ ଅଧିଆ ଇ ମୁହୁରୀ ଆପେ ଆପେ ବାଜ୍ ସି। ନୁଆଁ ଖାଇ ଦିନ୍ ଇ ମୁହୁରୀ ଠାନେ ପୂଜା ହେଇ କରି ନୁଆଁ ଲାଗ୍ ସି। ଦୁଃଖୁ ଘର ଦୁହି ପରାଣୀ ଗଣେଶ ପୂଜା ଦିନ୍ ବେଲାକେ ଦୁହି ଛୁଆ କେ ବୁହି ସମଲପୁର୍ କେ ବାହାର୍ ଲେ। ସମଲ୍ ପୁରେ ଦୁଃଖୀର ଝନେ ଲାଗର୍ ଲେସର୍ ମାଉସୀ ଘର୍ ନେ ରହି କରି ନୁଆଁ ଖାଇ ଦିନେ ସମଲାଇ ମନ୍ଦିର ନେ ନୁଆଁ ଖାଇ କିରି ଫିର୍ ବେ।
ଗାଁ ମୁଡ୍ ସା ଥି ଗାଁର ଗର୍ ତିଆ ମହେଶର ପଧାନ ସେମାନ୍ କୁ ଦେଖ୍ ଲା। ପଚାର୍ ଲା କାହଁ ଯାଉଚ ବୋ ଦୁଃଖୁ ଛୁଆ ଯୁଡାକ ଧରି କିରି……….?
କାଲ୍ କେ ନୁଆଁ ନାଇଁ ଖାଅ ଭାଲ୍……….?
ମହେଶର ଜାନିଛେ ଦୁଃଖୁ ଗୁଟେ ନିଖୁର୍ ଡିଆ ଟେ ବୋଲି…….
ଲମ୍ବା ଚଉଡ଼ା ଯୁହାର ଟେ ପକାଇ ଦୁଃଖୁ ବଏଲା ଘରେ କାଣା ଅଛେ ଯେ ନୁଆଁ ଖାଇମୁଁ ଦଦା……..?
ତିନ୍ ଦିନ୍ ହେଲାନ ଘରେ ଅଢିଆ ନାଇଁ………
ଭୁକ୍ ଦୁଃଖ କେତେ ସମ୍ଭ୍ ଲା ମୁଁ ………. ?
ଦୁଇ ଦୁଇଟା ଛୁଆ କେତେ ଭୁଖେ ରହେବେ……. ?
ଯେନ୍ ଆଡେ ହେଲେ ଯାଉଚୁଁ ମାଗି ଜାଚି ଖାଇମୁଁ……..
ମହେଶର ବଏଲା ଭିକ୍ ମାଗ୍ ବା ଟା ଠିକ୍ କଥା କାଏଁ ବୋ…..?
ମାଗ୍ ବାର୍ ନୁ ହିନ୍ ମାନ୍ ଇ ଦୁନିଆଁ ଥି ଆର୍ କାଣା ଅଛେ …?
ଭଗବାନ୍ ଗୁଡ୍ ହାତ୍ ଚାର୍ ଟା ଦେଇଛନ୍ ଖଟ୍ ଲେ ତ ଖାଇବୁ ବୋ…….
ଆର୍ ଠୁକୁ ଲେଖେନ୍ ବଇ ଥିବୁ ବଏଲେ କାଣା ଉପ୍ ରୁ ପଡ୍ ବା….?
ହାତ୍ ଥିଲେ ଭାତର୍ ଅଭାବ୍ ନାଇଁ ହୁଏ ବୋ ମର୍ ଭାଏ……….
କାମ୍ କବାର୍ ପରେ ଆମ୍ଭର୍ ଭଗବାନ୍ ବୋ……….
ସର୍ କାର୍ ଭି ଭିକ୍ ମାଗ୍ ଲେ ଆଏଜ୍ କାଲ୍ ଜେହେଲେ ଭରୁଛନ୍….
ତୁଇ ଟଙ୍କାକିଆ ଚଉଲ କାର୍ଡ ନାଇଁ ପାଇ କାଏଁ……?
ପାଇଛେଁ ଯେ ବଡଖା ଛୁଆ ମର୍ ବେମାର୍ ପଡ୍ ଲା ଯେ ଆମ୍ଭର୍ ଗାଁ ର ମାହାଦେବ ନେ ଗହନା କରିଛେଁ………
ଚଉଲ୍ ପାଏ ଲା ଦିନ୍ ଯାଇ କିରି ଟିପ୍ ଟେ ଦେଇ ଦେଏସିଁ ଆର୍ ସେ ଚଉଲ୍ ନେଇସି ।
ରହିବାର୍ ଲାଗି ଇ ଗାଁ ନ ମର ଡିହି ଖଣ୍ଡେ ହେଲେ କାଏଁ ଅଛେ ବଲୁଛୁ ଦଦା………..?
ଇ ଯେନ୍ କୁରିଆ ମାରି କିରି ଅଛୁଁ ଇଟା ସରକାରୀ ଯାଗା……
ତସିଲ୍ ଅପିସ୍ କେ ଡିହି ଲାଗି ଦବ୍ ଡି ଦବ୍ ଡି ଗୁଡର୍ ଛାଲ୍ ଛାଡି ଗଲା ହେଲେ ନାଇଁ ପାଏଲି……..
କହେଲେ ପାଞ୍ଚ୍ ହଜାର୍ ନେଇ କିରି ଆଇବୁ ଡିହ୍ ଦେମୁ…….
ପାଞ୍ଚ ହଜାର୍ କାଣା ପଚାସ୍ ଟଙ୍କା ତ ମର୍ ନେ ନାଇଁ ବୋ ଦଦା…..
ଆର୍ କାହୁଁ ପାଇବି ଯେ ଦେବି………?
ଇ ଯେନ୍ କୁରିଆ ମାରି କିରି ଅଛେଁ ଇଥିର୍ ଲାଗି ଆର୍ ଆଇ ବାବୁ ମତେ ଦଶ୍ ଥର୍ କହେଲା ନ ଦୁଇ ହଜାର୍ ଦେବୁ ନାଇଁ ହେଲେ ଇ ଜାଗାନୁ ପଲାବୁ………
ସତେ ଯେନ୍ ତା ତାର୍ ବୁଆର୍ ଜାଗା ନେ ମୁଇଁ କୁରିଆ ମାରି ଛେଁ……..
ମହେଶର ବଏଲା ଫିର୍ ବି ତ ଗାଁ ମାଁ ଅଛନ୍ ବୋ……..
ହଁ ଯେ ଦଦା ଇ ସମିଆ ନେ କିଏ ଆମ୍ କୁ ଦେବା…….?
ଭୁଦ ଭର୍ ନି କାନ୍ଦେ ଘର୍ ନୀ ବଲସନ୍ ପରେ…….
ଇହାଛେନ୍ ସବ୍ କର୍ ତ ତତୁ ଥିବା ଦଦା କିଏ ଆମ୍ କେ ଦେବା……..?
ହେଲେ ବି ଦେଉଚନ୍………
ନାଇଁ ଦେଇ କିରି କେନ୍ ତା ଜିଇଁ କିରି ଅଛୁଁ……..?
ନୁଆଁ ଖାଇବାର୍ ଲାଗି ପୁରା ଅଢିଆ ଘଟି ଗଲାସେ ସମଲପୁର ଯାଉଚୁଁ ସମଲାଇ ଗୁଡ଼ିନେ ନୁଆଁ ଟିକେ ଚାବି ଦେଇ ପଲାଇ ଆସ୍ ମୁ………
ବଛର୍ ଟାକର୍ ନୁଆଁ…………
ନାଇଁ ଖାଇ କିରି ରହି ହେବା କାଏଁ ଦଦା…… ?
ସେନା ମେସ୍ ନା ନାଇଁ ହେଇ ଯାଏ……..?
ଜିଇଁ ଯାଗିଁ ଥିଲେ ଯାଇ ସିନେ ପର୍ କେ ଇନ୍ ତା ଦିନ୍ କେ ଫିର୍ ନୁଆଁ ଖାଇ ……….
ଆଝିର୍ ଜୀବନ୍ ତ କାଲ୍ କେ ନାଇଁ ଦଦା……….
ହେଲେ ମୁହ୍ ଖୁଲି କିରି କହବୁ ବଏଲେ ସିନେ ଜାନ୍ ମୁ। ନାଇଁ କହେଲେ କିଏ ଜାନ୍ ବା। ଛୁଆ ନି କାନ୍ଦ୍ ଲେ ପରେ ମାଁ ଭିଲ୍ ଗୁରସ୍ ନାଇଁ ଦିଏ ବୋ………..
ଆମ୍ଭେ ଗାଁ ମାଁ ଥାଉନ୍ ଥାଉନ୍ ତୁଇ ଦୁସରା ନେ ଯାଇ ନୁଆଁ ଖାଇବୁ…….?
ଇ ଗାଁ ପରେ ଆମର୍ ମାଁ ବୋ……..
ମାଁ ଥାଉନ୍ ଥାଉନ୍ କିଏ ଭୁକେ ରହେସି……..?
ଆମ୍ଭେ ସଭେ ଇ ଗାଁ ର ଛୁଆ……..
ସଭେ ଆମ୍ଭେ ଭାଇ ଭାଇ…….
ଆମ୍ଭେ ଗୁଟେ କୁଟୁମ୍………..
ଆମ୍ଭେ ସଭେ ଗୁଟେ ଠାନେ ବସି ନୁଆଁ ଖାଏ ମା……….
ଜାଏତ୍ ଅଜାଏତ୍,କଲିଆ,ଗୁରିଆ,ହିନ୍ ଦୁ, ଖିରସ୍ ଥାନ୍, ପଠାନ୍, ବାଏଛ୍ ବିଚାର୍, ଆମ୍ଭର୍ ଭିତରୁ ଉଫ୍ ଡାଇ କିରି ଫିକି ଦେମା।
ଗୁଟେ ଠାନେ ବସି ନୁଆଁ ଖାଇ କିରି ଦୁନିଆଁ କେ ଦେଖାଇ ଦେମା ଆମର୍ ଗାଁ ଟା ପରଭୁ ଜଗନ୍ନାଥ ର୍ ବଡ୍ ଦେଉଲ୍। ଆରୁ ସେନର୍ ଲେଖେନ୍ ଆମର୍ ଗାଁ ନେ ଜାଏତ୍ ଅଜାଏତ୍ ,ବଡ୍ ସାନ୍, ବାଏଛ୍ ବିଚାର୍ ନିନ………..
ନୁଆଁ ଖାଇ କିରି ଯୁହାର ଭେଟ ହେମା ଆରୁ ଆମ୍ଭର୍ ଭିତରେ ଥିବାର୍ ସବ୍ ଗାଲି ଝଗଡ୍, ରୁଷା ଫୁଲା କେ ମନୁ ମେଟାଇ ଦେମା………… ।।
କମ୍ଭୁଧର ସୁନା,
ବାଘମାରୀ ବୀରମହାରାଜପୁର
ସୁବର୍ଣ୍ଣପୁର
ମୋ. ୯୫୫୬୧୯୯୦୬୦