ନିଶ୍ଚଳ ପ୍ରତିମା

ହୃଦୟ ଜିଣିବାର କଳା ଟିକିଏ ଯଦି ଜଣାଥାଆନ୍ତା

ତା’ ହେଲେ କେତେ ଦିନରୁ ତୁମ ହୃଦୟ ଜିଣି ନେଇଥାଆନ୍ତି 

ହଁ ମୁଁ ତ’ମୋ ହୃଦୟ ଭିତରେ କବର ଦେଇ ରଖିଛି

ମୋର ସମସ୍ତ ଇଛ୍ଛା ଆଉ ଆକାଂକ୍ଷାକୁ 

ନିଜକୁ ଅଭିଶପ୍ତ ଅହଲ୍ୟା ଭାବିନେଇଛି

କେବେ ତୁମର ସ୍ପର୍ଶ ଟିକେ ପାଇବି 

ସେ ପ୍ରତୀକ୍ଷାରେ ମୁଁ ନିଶ୍ଚଳ ପ୍ରତିମାଟିଏ ପାଲଟିଯାଇଛି

ମୁଁ ଜାଣେ ମୋର କୌଣସି ଅଧିକାର ନାହିଁ ତୁମ ଉପରେ 

ତଥାପି କାହିଁକି ଖାଲି ତୁମରି ସ୍ୱପ୍ନ 

ଓ ତୁମରି ବାସ୍ତବତାକୁ ଖୋଜେ ଏ ମନ 

ସତରେ ନ’ହେଲେ ନାହିଁ ସ୍ୱପ୍ନରେ 

ଥରେ ଆସି ନିଜର କରି ଦେଖ 

ବାସ୍ ଆଉ କିଛି ଲୋଡା ନାହିଁ ମତେ

ସ୍ନେହ ଟିକକ ପାଇଁ ଭିକାରୁଣି ମୁଁ 

ସେତକ ମିଳିଲେ ଆଜୀବନ ରହିବି

ତୁମ ପାଖେ ଚିର ଋଣି ମୁଁ  ।।

ସଂଗୀତା ମୋହନ ଗହୀର

ଭବାନୀପାଟଣା

କଳାହାଣ୍ଡି

Leave a Reply

Your email address will not be published. Required fields are marked *