ଲୋକ୍ କହେସନ୍ ମତେ….
ମୁଇଁ ବହୁତ୍ ସୁତର୍ ପିଲା
ମଦ୍ କୁଷୁନା କିଛି ନିଶା ନାଇଁ କରେଁ
କିଏ ବୁଝାବା ତାହାକୁ…
ତୋର୍ ପିରତି ନିଶା ମତେ ଘାରିଛେ…
ତୋର୍ ଆଖିର୍ ନିଶା…
ମତେ ମତୁଆଲ୍ କରିଛେ…!
ସେ ନିଶାନୁ ଉତିରି ନାଇଁ ପାରବାର୍
ଫେର୍ କାଏଁ ଦରକାର୍ ମହୁଲି ନିଶା
ଯେନ୍ ନିଶା ଉତିରି ଯିବା…..
ଦରକାର୍ ନାଇଁ ଅଲଗ୍ ନିଶା
ତାକର୍ ସାଙ୍ଗେ ଉଠାବସା
ମତେ ତୋର୍ ନିଶା ଘାରିଥାଉ
ମରବାର୍ ତକ୍ ନାଇଁ ଉତୁରୁ କେଭେଁ।
ତୋର୍ ନିଶାଥି ମୋର୍ ଜୀବନ୍ ସରୁ
ଫଗୁନ୍ ଆସୁ ଫଗୁନ୍ ଫିରୁ
ହେଲେଁ ନିଶା ସବୁବେଳେ ରହିଥାଉ
ତୋର୍,ମୋର୍ ଭାବର୍ ଡୋର୍
ରହିଥାଉ ସବୁବେଳେ ସୋର୍ ।