ଏମାନଙ୍କୁ ମାରନି ରେ
ଏମାନେ ପରା କ ଅଁ ଳ ଖରା ରେ ଲୋଟିବାର ବେଳ
କୋଟି କୋଟି ଚନ୍ଦ୍ରହାସେ ଗଢ଼ା
ଏ ମାନଙ୍କ ସୀମିତ ଭୂଗୋଳ
ବରଫ ନିଦ ରେ ଭିଜା କୁଆଁରୀ ହରିଣୀ, ଆଉ
କୁଆଁ କୁଆଁ ରାବୁଥିବା ବଣ ବୁଦା ଲଟା ଗହଳରେ
ଶକୁନ୍ତଳା ଶିଶୁ ଟାର ସାଥେ ପରା
ଏ ମାନଙ୍କ ଖେଳ।
ଏ ମାନଙ୍କୁ ମାରନି ରେ
କୋମଳ ର କୋମଳତମ ଏମାନେ
ଏମାନଙ୍କୁ ମାରନି ରେ
ଏହାଙ୍କ ତ ପାଉଁଶିଆ କୁହୁଡି ରୁ
ଶୀତ ରୁ, ହେମଳ ରୁ
ଉଷୁମ ନେଇ ନେଇ
କାକର କୁ ଚୁମିବାର ବେଳ ।
ହୁଏତ ଷୋହଳ ହେଉଛି ଏ ମାନଙ୍କୁ
କେବେହେଲେ ଷୋହଳ ପୁରିନି
ଦୟାକରି ରକ୍ଷାକର କାକୁତି ମୋ
ଅନୁରୋଧ ଟିଏ
ଏ ମାନଙ୍କ କବରୀ ର କଳା ବି ଛୁଁ ଅ ନି
ଲୋଟିବାର ବେଳ ଦେଖି ହାମୁଡେଇ ପଡନି
ଉଇଁଛନ୍ତି ବୋଲି ସିନା ଏତେଟା ରଙ୍ଗୀନ୍
ଦିନ କିଛି ହେଇଗଲେ
ସକାଳ ଟା ମଧ୍ୟାହ୍ନ କୁ ଗଲେ
ଏମାନେ ବି ଧଳା ଦିଶୁଥିବେ ଏକ
ବିଶ୍ୱାସ ହେଉନି ଯଦି , ଏଇ ଦେଖ
ମୁଁ ତ ନେଇ ଆସିଛି ତାଙ୍କ ବୁଡ଼ିବା ବେଳ ର
କଫିନ୍ ।।
ଅଜିତ ଲାଲ ମିଶ୍ର
ବୌଦ୍ଧ
ମୋ 7735118362