ନିତ୍ୟକର୍ମ

ନିତି ବେଗି ମୁହିଁ ଉଠିବି
ହେଳା କରିବି ନାହିଁ ,
ଉଠି ମୁଖ ସଦା ଧୋଇବି
କେବେ ଭୁଲିବି ନାହିଁ ।।

ପେଟ ପରି ଷ୍କାର କରିବି
ଡ଼େରି କରିବି ନାହିଁ ,
ହାତ ରେ ସାବୁନୁ ମାରିବି
ମଳି ରହିବ ନାହିଁ ।।

ଦାନ୍ତ ଭଲ କରି ଘଷିବି
ଗନ୍ଧତ ହେବ ନାହିଁ ,
ସକାଳ ଖାଦ୍ୟ ମୁଁ ଖାଇବି
ବେଳ କରିବି ନାହିଁ ।।

ମୁଁ ବୁଝିକି ପାଠ ପଢିବି
ଜମା ଘୋଷିବି ନାହିିଁ ,
ଘୋଷିଲେ ମନୁ ଭୁଲି ଯିବି
ମନେ ରହିବ ନାହିଁ ।।

ତୈଳ ମାରି ସ୍ନାନ କରିବି
ଥଣ୍ଡା ଧରିବ ନାହିିଁ ,
ପୋଛି ପାଛି ଭଲରେ ହେବି
ଓଦା ରହିବି ନାହିଁ ।।

ବିଭୁଙ୍କୁ ପୂଜା ମୁଁ କରିବି
ଦୁଷ୍ଟାମି ହେବି ନାହିଁ ,
ବିଭୁ ଭୋଗ ସଦା ପାଇବି
ତଳେ ପଡିବ ନାହିଁ ।।

ମଧ୍ୟାହ୍ନ ଭୋଜନ ଖାଇ ବି
ଉଣା କରିବି ନାହିଁ ,
ଶାନ୍ତିରେ ଖାଦ୍ୟ ମୁଁ ଖାଇବି
ଖାଦ୍ୟ ଛାଡ଼ିବି ନାହିଁ ।।

ଖାଇସାରି ଶୋଇ ପଡ଼ିବି
ଆଦୌ ଭୁଲିବି ନାହିଁ ,
ଶରୀର କୁ ବିଶ୍ରାମ ଦେବି
ବେଶି ଶୋଇବି ନାହିଁ ।।

ସାଙ୍ଗ ସାଥିରେ ମୁଁ ଖେଳିବି
ଜିଧି କରିବି ନାହିଁ ,
ଖେଳ ସାରି ସଫା ହୋଇବି
ଧୂଳି ହେବି ନାହିଁ ।।

ସନ୍ଧ୍ୟା ରେ ପ୍ରାର୍ଥନା କରିବି
କେବେ ଭୁଲିବି ନାହିଁ ,
ସନ୍ଧ୍ୟା ଜଳଖିଆ ଖାଇବି
ଭୋକ ମାରିବି ନାହିଁ ।।

ରାତିରେ ନିତି ମୁଁ ପଢ଼ିବି
ମନୁ ଭୁଲିବି ନାହିଁ ,
ଦୁଇ ଘଣ୍ଟା ପାଠ ପଢ଼ିବି
ବେଗି ଉଠିବି ନାହିଁ ।।

ରାତ୍ରି ଭୋଜନ ମୁଁ କରିବି
ପେଟ ଭରିବି ନାହିଁ ,
ଉଷୁମ ପାଣି ମୁଁ ପିଇବି
ହେଳା କରିବି ନାହିଁ ।।

ନିତ୍ୟ କର୍ମ ମୋର ସାରିବି
କେବେ ଭୁଲିବି ନାହିଁ ,
ଗୁରୁ ଜନ ବୋଲ ମାନିବି
ମନା କରିବି ନାହିଁ ।।

ମାଆ ପାଖେ ଗପ ଶୁଣିବି
ଗପ କରିବି ନାହିଁ ,
ରାତ୍ରି ନିଦ୍ରାରେ ମୁଁ ଶୋଇବି
ରୋଗ ହେବ ନାହିଁ ।।

ମନସ୍ମିତା ଦାସ

प्रातिक्रिया दे

आपका ईमेल पता प्रकाशित नहीं किया जाएगा. आवश्यक फ़ील्ड चिह्नित हैं *